ହେଡଲାଇନସ୍:

 ଆକସ୍ମିକ ଦୁର୍ଘଟଣା ଆଶଙ୍କାରେ ଲୋକଙ୍କ ଆଖିରେ ନିଦ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଆଇନ ପଥର ଖାଦାନରେ ବିସ୍ପୋରଣ: ଜଣେ ମୃତ।

ଝାରସୁଗୁଡ଼ା/ଲଖନପୁର:ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସେହ୍ନାମାଳ ଓ ନେଗିପାଲି ପାର୍ଶ୍ବରେ ଚାଲିଥିବା ବେଆଇନ ପଥର ଖାଦାନରେ ରବିବାର ଅପରାହ୍ନରେ ବିସ୍ପୋରଣ ହେବାରୁ ବାଦିମାଳ ଗ୍ରାମ ର ହରେକୃଷ୍ଣ ଭୋଇ(୩୬) ଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ହରେକୃଷ୍ଣ ଙ୍କୁ (ଟି.ଆର୍.ଏଲ ) ଜାହାଙ୍ଗୀର ଗାନ୍ଧୀ ହସ୍ପିଟାଲ କୁ ରକ୍ତାକ୍ତ ବବସ୍ଥାରେ ନିଆଯାଇଥିଲା କିନ୍ତୁ ବିସ୍ପୋରଣ ରେ ତାଙ୍କ ମୁଣ୍ଡ ଓ ଶରୀର ଅନେକ ସ୍ଥାନରେ ପଥର ଖଣ୍ଡ ବାଜି ଗୁରୁତର ଆହତ ହୋଇଥିବା ହରେକୃଷ୍ଣଙ୍କୁ  ଡାକ୍ତର ମୃତ ବୋଲି  ଘୋଷଣା କରିଥିଲେ।ପରେ ହରେକୃଷ୍ଣ ଙ୍କ ମୃତ ଶରୀରକୁ ବନହରପାଲି ପୋଲିସ ଜବତ କରି।ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ହରେକୃଷ୍ଣ ବିବାହିତ ଥିବା ବେଲେ ତାଙ୍କର ଦୁଇଟି ଛୋଟ ଛୋଟ କନ୍ୟା  ସନ୍ତାନ ଥିବା ଜଣା ପଡିଛି।

 ହରେକୃଷ୍ଣଙ୍କ ଭାଇଙ୍କ ଲିଖିତ ଏତାଲା ଆଧାରରେ ବନହରପାଲି ଥାନା  କେସ୍ ନମ୍ବର ୨୭/୨୦୨୧ ରେ ଏକ ମାମଲା ରୁଜୁ କରି  ପୋଲିସ ତଦନ୍ତ ଚଲାଇଛି। ଯଦି ବିସ୍ପୋରଣ ରେ ଜଣେ ମୃତ୍ୟୁ ବରଣ କରିଛନ୍ତିି ତାହାହେଲେ ସେହି ପଥରଖାଦାନରେ କାମକରୁଥିବା ଅନ୍ୟାନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଥାଇ ପାରନ୍ତି ଯାହା ତଦନ୍ତ ସାପେକ୍ଷ । ଏହି ସରଣ୍ଡାମାଲ ଓ ଦଳଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅନେକ ବେଆଇନ ବିସ୍ପୋରଣ ଓ ପଥରଖାଦାନ ଚାଲିଥିବାରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି।   ଏହି ଅଞ୍ଚଳରେ ସଂଖ୍ୟାଧିକ ବେଆଇନ ପଥର ଖାଦାନା ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଥର ମାଫିଆଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଫଳରେ ମାଫିଆଙ୍କ ଦୌରାତ୍ମ୍ୟ  ଦିନକୁଦିନ ବଢିବାରେ ଲାଗିଛି। ଆଗରୁ ମଧ୍ଯ ଏ ଅଞ୍ଚଳରେ ବେଆଇନ ବିସ୍ପୋରଣରେ ଅନେକ ଧନ ଜୀବନ ନଷ୍ଟ ହେବାର ଦୃଷ୍ଟାନ୍ତ ରହିଛି। ଏଠାରେ ଗଢିଉଠିଥିବା ବେଆଇନ ପଥର ଖାଦାନର ଚାରିପଟେ ଜନ ବସତି ତଥା ସ୍କୁଲ ଗୁଡିକ ରହିଛି।ଆଗକୁ ଏପରି ବେଆଇନ ବିସ୍ପୋରଣ ଉପରେ ଆଙ୍କୁଶ ନଦେଲେ ଅକାଳରେ ଅନେକ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ଏଣୁ ଏଠାକାର ପ୍ରଶାସନିକ ଅଧିକାରୀ ଏହା ଉପରେ ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଛି।

  

0
0
0
s2sdefault