ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାର ବିଶିଷ୍ଟ ସମାଜସେବୀ ସଂସ୍ଥା 'ଏଇତ ଜୀବନ' ପକ୍ଷରୁ ଆଜି ବାର୍ଷିକ ଉତ୍ସବ "ଉଡ଼ାଣ-୨୦୨୧" ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ପ୍ରମୁଖ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ସ୍ଥାନୀୟ ଉତ୍କଳ ଜ୍ୟୋତି ଭବନଠାରେ ଅନୁଷ୍ଠିତ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଏସପି ବିକାଶ ଦାସ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଏହା ବ୍ୟତୀତ ସମ୍ମାନିତ ଅତିଥି ଭାବରେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ଶ୍ରୀମତୀ ଆନନ୍ଦିନି ପାଢ଼ୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦାନ କରିଥିଲେ। ଉକ୍ତ ଅବସରରେ ଏସ ପି ଶ୍ରୀ ଦାସ ରକ୍ତଦାନର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିବା ସହ ସଂଗଠନ କରୁଥିବା କାର୍ଯ୍ୟର ପ୍ରଶଂସା କରିଥିଲେ। ଆଗାମୀ ସମୟରେ ଏହି ମହତ କାମଗୁଡ଼ିକ ନିମନ୍ତେ ଏସପିଙ୍କ କାର୍ଯ୍ୟାଳୟ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଏସପି।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରି ଝାରସୁଗୁଡ଼ା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଥିବା ବିଶିଷ୍ଟ ବ୍ୟକ୍ତି ଓ ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ସମାଜସେବା ସହ ଯୋଡ଼ି ରହିଥିବା ବିଭିନ୍ନ ସାମାଜିକ ସଂସ୍ଥାମାନଙ୍କୁ ଏସପିଙ୍କ ହାତରେ ସମ୍ମାନିତ କରାଯାଇଥିଲା। ଏହାପରେ ସଂସ୍ଥା ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ସଭାନେତ୍ରୀ ମାନସୀ ପଣ୍ଡା,ରେଣୁ ତିୱାରି, ମଞ୍ଜୁଳା ବେହେରା,କବିତା ନାୟକ,ଉମା କେଡିଆ ପ୍ରଫୁଲ୍ଲ ବେହେରା,କହ୍ନୈୟା ଲାଲ ଗୋୟେଙ୍କା, ସଂଯୁକ୍ତା ପଟେଲ, ଭାବନା ବର୍ମା, ପୁଷ୍ପା ତନ୍ତୀ,ଆଶିଷ ତିୱାରୀ,ପବିତ୍ର ସ୍ୱାଇଁ, ରାଜେଶ ପାଢ଼ୀ,ପ୍ୟାରେଲାଲ ଶ୍ରୀବାସ୍ତବ,ସୁଶାନ୍ତ ଗୁପ୍ତା, ଲଭଲି ସିଂ, ବ୍ରଜ ରାୟ,ପ୍ରମୁଖ କାର୍ଯ୍ୟ ଭାର ସମ୍ଭାଳି ଥିବା ବେଳେ ଅନ୍ତର୍ଯ୍ୟାମୀ ପାଣଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ।