ପଡ଼ିନି କୋଭିଡ ମହାମାରୀର ପ୍ରଭାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋଆର ୮୫ ପ୍ରତିଶତ ଇଞ୍ଜିନିୟରିଂ ଗ୍ରାଜୁଏଟଙ୍କ ପାଇଁ ଉଚ୍ଚମାନର ନିଯୁକ୍ତି ସୁଯୋଗ  

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଶିକ୍ଷାନୁଷ୍ଠାନ  ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ୨୦୨୧ ବ୍ୟାଚର  ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ଉଚ୍ଚମାନର ନିଯୁକ୍ତି ସୁଯୋଗ ପାଇଛନ୍ତି । କୋଭିଡ ମହାମାରୀର କରାଳ ଛାୟା ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର ଭାବେ ପଡ଼ିଥିବା ସତ୍ୱେ ନିଯୁକ୍ତି କ୍ଷେତ୍ରରେ ଖୁବ୍ ସଫଳତା ସାଉଁଟିଛି ସୋଆ ।

ପ୍ରାୟ ୩୦% ଛାତ୍ରଛାତ୍ରୀ ଡେ-ଜିରୋ ଅର୍ଥାତ୍ ପ୍ରିମିୟମ  ନିଯୁକ୍ତି ପ୍ରକ୍ରିୟାରେ ମାଇକ୍ରୋସଫ୍ଟ, ଆମାଜନ୍, ଫିନାଷ୍ଟ୍ରା, ରବର୍ଟ ବୋସ୍, ଡେଲ୍, ପିଡବ୍ଲୁସି, କ୍ଲାଉଡ୍ଗିନ୍, ଡେଲଏଟ୍, ଏଚ୍ପି ଆଇଏନ୍ସି, ଟେମେନସ୍, ଇନ୍ଫର୍ମାଟିକା,ଏମ୍ଏକ୍ୁ୍ୟ ସଫ୍ଟୱେୟାର୍, ଏନ୍ପିସିଆଇ, ସେଲ୍ସଫୋର୍ସ ଏବଂ ରାପୁ୍ୟଟା ରୋବୋଟିକ୍ସ ଭଳି କମ୍ପାନୀରେ ବାର୍ଷିକ ହାରାହାରି ୬.୩ ଲକ୍ଷ ଟଙ୍କାର ପ୍ୟାକେଜ୍ରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଆମାଜନ୍ ଭଳି କମ୍ପାନୀ ଠାରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍ର ଅଫର ପାଇଛନ୍ତି । ମହାମାରୀ ସତ୍ୱେ ଅଧିକାଂଶ ଛାତ୍ରଛାତ୍ରୀ ଏକାଧିକ କମ୍ପାନୀରେ ନିଯୁକ୍ତି ଅଫର ପାଇଛନ୍ତି । ଅନ୍ୟ ୫୫ % ଛାତ୍ରଛାତ୍ରୀ ପ୍ରତିଷ୍ଠିତ  ମଲ୍ଟି ନ୍ୟାସନାଲ  କମ୍ପାନୀ ଏବଂ ଡେ-ୱାନ୍ ଏବଂ ଡେ-ଟୁ ନିଯୁକ୍ତିଦାତା ଇନ୍ଫୋସିସ୍, ୱିପ୍ରୋ,କଗ୍ନିଜାଂଟ, କେପ୍ଜେମିନି, ଡିଏକ୍ସସି, ହେକ୍ସାୱେର୍, ଏଚସିଏଲ୍, ଏନ୍ଆଇଆଇଟି ଟେକ୍ନୋଲୋଜିସ୍, ଏଲ୍ ଆଣ୍ଡ ଟି ଟେକ୍ନୋଲୋଜିସ୍,ଇନ୍ଫୋଗେନ୍, ଟୁଡିପ ଟେକ୍ନୋଲୋଜିସ୍, ଭି-କନ୍ଷ୍ଟ୍ରକ୍ଟ , ଏନ୍ସିସି, ଗ୍ଳୋବାଲ୍ ଏଜ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀରୁ ନିଯୁକ୍ତ ଅଫର ପାଇଛନ୍ତି |

ଏହା ବ୍ୟତୀତ ଖ୍ୟାତି ସମ୍ପନ୍ନ ଡିଜିଟାଲ୍ ମାର୍କେଟିଂ କର୍ପୋରେଟ୍ ମିଡିଆମିଂଟ୍ ମଧ୍ୟ ଏମ୍ଓୟୁ ମାଧ୍ୟମରେ ସୋଆର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି । କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାର ଶେଷ ସୁଦ୍ଧା ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ଆଇଟିଇଆର୍ର କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାରେ ୯୦ ରୁ ଅଧିକ କମ୍ପାନୀ ଭାଗ ନେଇଥିଲେ । ଏହା ବ୍ୟତୀତ ସୋଆର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନେକ ପ୍ରତିଷ୍ଠିତ  କର୍ପୋରେଟ୍ ସୋଆ କ୍ୟାମ୍ପସରେ  ସେମାନଙ୍କର ହବ୍ ପ୍ରତିଷ୍ଠା  କରିବା  ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଇଣ୍ଡଷ୍ଟି୍ରରେ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । କୋଡିଙ୍ଗ, ଟେକ୍ନୋଲୋଜି, ସଫ୍ଟ ସ୍କିଲ, ଆପ୍ଟିଟୁ୍ୟଡ୍ ଏବଂ କାଉନ୍ସେଲିଂ କ୍ଷେତ୍ରରେ ଉକ୍ରୃଷ୍ଟ ଧରଣର ଟ୍ରେନିଂ କାର୍ଯ୍ୟକ୍ରମ ଯୋଗେ ସୋଆର ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏବଂ ନିଜର ଶିକ୍ଷା ଏବଂ ପାରଦର୍ଶିତାକୁ ଉଚ୍ଚ ସ୍ତରକୁ ନେବାରେ ସଫଳ ହେବେ ବୋଲି ଆଶା କରାଯାଉଛି ।

ସେହିପରି ଏକ ୬ ଜଣିଆ ଆଇଟିଇଆର୍ ଛାତ୍ରଛାତ୍ରୀ ଟିମ୍ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ - ୨୦୨୦ ରେ ଭାଗ ନେଇ ଓ ଷ୍ଟେଟ୍ମେଂଟ ଆର୍କେ ୫୭ (ଡିଜିଟାଲ୍ ପୋଲିସିଙ୍ଗ) ସମସ୍ୟାର ସମାଧାନ କରି ଚାମ୍ପିଅନ୍ ହୋଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ସେହିପରି ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ ଦ୍ୱାରା ପରିଚାଳିତ ଟିସିଏସ୍ କୋଡ୍ ଭିଟା ସିଜନ୍ ୯ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ସଫଳତା ପାଇଛନ୍ତି ସୋଆ ଛାତ୍ରଛାତ୍ରୀ ।

କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ପୂର୍ବ ଭାରତରୁ ସର୍ବାଧିକ ସୋଆରୁ ୯ ଜଣ ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ ଭଳି ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତିର ସୁଯୋଗ ଦେଇଥିବା ବେଳେ ୟୁଏସଏ ସ୍ଥିତ ଡେଲଏଟ୍ ପ୍ରିମିୟମ କାଟେଗୋରୀ ଚଏସରେ  ବାର୍ଷିକ ୭.୬ ଲକ୍ଷ ପ୍ୟାକେଜରେ  ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଛି ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ ।

ଅନୁସନ୍ଧାନ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ପକ୍ଷରୁ ଗବେଷଣା ନିମନ୍ତେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବୋରେଟୋରୀରେ ୨୨ଟି ନିର୍ଦ୍ଧିଷ୍ଟ ମନୋନୀତ ବିଷୟରେ ଗବେଷଣା କରାଯାଉଛି । ସୋଆର ଫାକଲ୍ଟି ଏବଂ ଗବେଷଣାରତ ସ୍କଲାରମାନଙ୍କର ଗବେଷଣାର ତଥ୍ୟ ନିୟମିତ ଭାବରେ ବିଭିନ୍ନ ଖ୍ୟାତିସମ୍ପନ୍ନ ଜାତୀୟ ଏବଂ ଅନ୍ତର୍ଜାତୀକ ଜର୍ଣ୍ଣାଲ ଗୁଡିକରେ  ପ୍ରକାଶ ପାଉଛି । ବିଶ୍ୱବିଦ୍ୟାଳୟର ନିଜସ୍ୱ ୭୨୬୧ଟି ସ୍କୋପସ୍ ଇଣ୍ଡେକ୍ସଡ ପବ୍ଲିକେସନ୍ ରହିଥିବା ବେଳେ ଏଚ୍ ଇଣ୍ଡେକ୍ସ ୬୫ ରହିଛି । ସୋଆର ଗବେଷକମାନେ ବର୍ତମାନ ପର୍ଯ୍ୟନ୍ତ ୨୯୯ଟି ପ୍ୟାଟେଂଟ୍ ଦାଖଲ କରିଥିବା ବେଳେ ୫୧୫ଟି ନଭେଲ୍ ଜିନ୍ ସିକ୍ୱେନ୍ସ ଦାଖଲ କରିଛନ୍ତି । ଅଧିନରେ ୯ଟି ଅନୁଷ୍ଠାନ  ପରିଚାଳିତ ହେଉଛି । ସେଗୁଡ଼ିକ ହେଲା ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍ସେସ୍, ଡେଂଟାଲ୍ ସାଇନ୍ସେସ୍, ମ୍ୟାନେଜମେଂଟ ସାଇନ୍ସେସ୍, ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲିଗାଲ୍ ଷ୍ଟଡିଜ୍ ଏବଂ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ।

ନ୍ୟାସ୍ନାଲ୍ ଇନ୍ଷ୍ଟିଚୁସ୍ନାଲ୍ ରାଙ୍କିଙ୍ଗ୍ ଫ୍ରେମୱାର୍କ   (ଏନ୍ଆଇଆର୍ଏଫ୍) ରାଙ୍କିଙ୍ଗ ୨୦୨୦ରେ ସୋଆ ସାରା ଦେଶରେ ୨୦ତମ ଶ୍ରେଷ୍ଠ  ବିଶ୍ୱବିଦ୍ୟାଳୟର ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି । ସେହିପରି ନ୍ୟାସ୍ନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍ସିଲ୍ (ନାକ୍) ଦ୍ୱାରା ଏ ଗ୍ରେଡ୍ ପାଇ ରିଆକ୍ରେଡିଟେସନ୍ ହାସଲ କରିଛି ସୋଆ । ଉକ୍ରୃଷ୍ଟ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପୂର୍ବଭାରତରେ ଏକ ଉଚ୍ଚକୋଟୀର କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଟିଇଆର୍  ଉଚ୍ଚମାନର ଶିକ୍ଷାଦାନ, ବିଶ୍ୱର ପ୍ରତିଷ୍ଠିତ  ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ପରାମର୍ଶ କରି ପ୍ରସ୍ତୁତ କରିକୁଲମ୍. ଉଚ୍ଚଶିକ୍ଷିତ ଫ୍ୟାକଲ୍ଟି ଓ ଉଚ୍ଚମାନର ନିଯୁକ୍ତି ସୁବିଧା ନିମନ୍ତେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି । ଆଇଟିଇଆରର ପ୍ରୋଗ୍ରାମ୍ ଗୁଡ଼ିକୁ ଆମେରିକାର ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି (ଆବେଟ୍) ର ମାନ୍ୟତା ମଧ୍ୟ ମିଳିଛି । 

 

0
0
0
s2sdefault