ହେଡଲାଇନସ୍:

ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତରେ ଉଚ୍ଚସ୍ତରୀୟ ବିଧାନସଭାର ସବ-କମିଟି। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ବିଧାନସଭାର ଏକ ଉଚ୍ଚସ୍ତରୀୟ ସବ-କମିଟି ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସିଥିଲେ। ଜିଲ୍ଲାଦ୍ବୟର ବିଭିନ୍ନ ସମସ୍ୟାକୁ ନେଇ ଏହି କମିଟି ନିଜର ରିପୋର୍ଟ ଗୃହକୁ ପ୍ରଦାନ କରିବେ ।

ସୂଚନା ମୁତାବକ,କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ସବ-କମିଟିରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି, ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଓ ବିଧାୟକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଅଛନ୍ତି। ଏହି ଅବସରରେ ଜିଲ୍ଲାର ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ନେଇ ସେମାନେ ଜିଲ୍ଲାପାଳଦ୍ବୟଙ୍କ ସହ ଆଲୋଚନା କରିବା ସହ ଏ ବିଷୟରେ ଏକ ରିପୋର୍ଟ ସଂଗ୍ରହ କରିଛନ୍ତି। ସମସ୍ୟା ଅନେକ ରହିଛି ଏବଂ ଏହାକୁ ଗୃହ କମିଟି ଆଗରେ ରଖାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

0
0
0
s2sdefault