ଚନ୍ଦ୍ରଗିରି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ  ଜିଲ୍ଲାସ୍ତରୀୟ ଦକ୍ଷତା ବିଜ୍ଞାନ ପ୍ରକଳ୍ପ ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ତାଲିମ କେନ୍ଦ୍ର ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଦକ୍ଷତା ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଶିଳ୍ପ ଓ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ରଞ୍ଜନ କୁମାର ପାଣିଗ୍ରାହୀ , ଡ଼ିଡବ୍ଲ୍ୟୁଓ ସନ୍ତୋଷ କୁମାର ରଥ, ଜିଲ୍ଲା ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ କୁମାର ତ୍ରିପାଠୀ, ବିଡ଼ିଓ ବଂଶୀଧର ଖୋସ୍କା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ଥିବା ବିଭିନ୍ନ ବୈଷୟିକ ତାଲିମ-କେନ୍ଦ୍ର ଯଥା:-ଆଇଟିଆଇ ଓ ପୋଲିଟେକ୍ନିକ ମାନଙ୍କରେ ଛାତ୍ରୀ ମାନଙ୍କ ନାମ-ଲେଖା କିଭଳି ଅଧିକରୁ ଅଧିକ ହୋଇପାରିବ ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଉଦ୍ୟମରେ ଅଗ୍ରଗତି ହେଉଥିବା ଦକ୍ଷତା ବିକାଶ କ୍ଷେତ୍ରରେ ଚନ୍ଦ୍ରଗିରି ଅଞ୍ଚଳର ତିବ୍ଦତୀୟାନ ମାନଙ୍କ ଅନ୍ତର୍ଭୁକ୍ତିକରଣ କରିବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । 

ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିଳ୍ପ-ତାଲିମ କେନ୍ଦ୍ର ସମେତ ସରକାରୀ ପୋଲିଟେକ୍ନିକ ସ୍କୁଲର ୨ ଟି ଲେଖାଏଁ ମନୋନୀତ ସର୍ବୋଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ପ୍ରଦର୍ଶିତ ପାଇଁ ଅଂଶଗ୍ରହଣ କରିଥିଲା। 

ଏତଦ ବ୍ୟତୀତ ଏହି ବିଜ୍ଞାନ ପ୍ରକଳ୍ପ ମେଳା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର , ଗଜପତି ଜିଲ୍ଲାର ଆର:-ଉଦୟଗିରି ସ୍ଥିତ କୃଷି-ବିଜ୍ଞାନ କେନ୍ଦ୍ର ଏବଂ ଚନ୍ଦ୍ରଗିରି ସ୍ଥିତ ତିବ୍ଦତୀୟାନ ଗୋଷ୍ଠୀଙ୍କ ବିଜ୍ଞାନ-ପ୍ରକଳ୍ପ ମଧ୍ୟ ଏହି ମେଳାରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ  ପ୍ରଦର୍ଶିତ ପାଇଁ ଅଂଶଗ୍ରହଣ କରିଥିଲା। 

ଜିଲ୍ଲାପାଳ ଶ୍ରୀ ସାହା ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିବା ସହ  ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଓ ଲକ୍ଷ୍ୟ ସଂପର୍କରେ ଉପସ୍ଥିତ ଛାତ୍ର/ଛାତ୍ରୀମାନଙ୍କୁ ପଚାରି ବୁଝିଥିଲେ। ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କଦ୍ୱାରା ଦେଶତ୍ମାବୋଧ ସଙ୍ଗୀତ ଗାନ କରାଯାଇଥିଲା। 

ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିବା ବିଜ୍ଞାନ ପ୍ରକଳ୍ପ ପାଇଁ ୩ ଗୋଟି ସର୍ବଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କ୍ଷେତ୍ରରେ ଆର୍ଥିକ ପୁରସ୍କାର ରାଶି ରହିଥିଲା । ଯାହାକି ଯଥାକ୍ରମେ:- ୫୦ ହଜାର ଟଙ୍କା , ୨୫  ହଜାର ଟଙ୍କା ଓ ୧୫ ହଜାର ଟଙ୍କା ଲେଖାଏଁ ଏବଂ ଏହି ଆର୍ଥିକ ପୁରସ୍କାର ରାଶି , ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କ ପୃଷ୍ଠପୋଷକତାରେ  ମଞ୍ଜୁର-ପ୍ରାପ୍ତ ହୋଇଥିଲା ।

  ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାର ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ ଗାଇଡ଼ ଲାଇନର ସମସ୍ତ ନୀତି-ନିୟମର ଅନୁପାଳନ କରାଯାଇଥିଲା ।

0
0
0
s2sdefault