ମୟୂରଭଞ୍ଜ ବାର ଆସୋସିଏସନ ନିର୍ବାଚନ ମାର୍ଚ୍ଚ ୨୭ରେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାସ୍ଥିତ ମୟୂରଭଞ୍ଜ ବାର ଆସୋସିଏସନର ନିର୍ବାଚନ ଚଳିତ ମାର୍ଚ୍ଚ ୨୭ରେ ଅନୁଷ୍ଠିତ  ହେବ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ  ଆଇନଜୀବୀ ବିଜନ ଦାସ ପ୍ରେସ ବିବୃତ୍ତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉକ୍ତ ନିର୍ବାଚନ ଓଡ଼ିଶା ଆଇନଜୀବୀ ପରିଷଦ, କଟକ ଦ୍ୱାରା ପରିଚାଳିତ ହେବ ଏବଂ ରାଜ୍ୟ ଆଇନଜୀବୀ ପରିଷଦର ନୋଟିସ ନଂ ୨୪୫୬/ ୨୫.୦୨.୨୦୨୧ ନିର୍ବାଚନର କାର୍ଯ୍ୟ ସୂଚୀ ଜାରି କରାଯାଇଛି । ବାର ଆସୋସିଏସନର ବିଭିନ୍ନ ପଦବୀ ନିମନ୍ତେ ମାର୍ଚ୍ଚ ୬ରୁ ୮ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ, ମାର୍ଚ୍ଚ ୯ରେ ତାଲିକା ପ୍ରକାଶ, ୧୦ରେ ଯାଞ୍ଚ, ୧୧ରେ ବୈଧ ପ୍ରାର୍ଥୀ ତାଲିକା ଘୋଷଣା, ୧୩ରେ ନାମ ପ୍ରତ୍ୟାହାର, ୧୫ରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା, ମାର୍ଚ୍ଚ ୨୭ ପୂର୍ବାହ୍ନ ୮ରୁ ଅପରାହ୍ନ ୩ ପର୍ଯ୍ୟନ୍ତ ଭୋଟ ଗ୍ରହଣ, ଉକ୍ତ ଦିନ ୪ରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ବିଜନ ଦାସ ପ୍ରକାଶ କରିଛନ୍ତି । 

 

0
0
0
s2sdefault