ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ବାର୍ଷିକ ସାରସ୍ୱତ ସମାଗମ
ସାହିତ୍ୟ ହେଉଛି ସମାଜର ଉତ୍ତରଣରେ ପ୍ରମୁଖ ସାରଥି , ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ-ରାଜ୍ୟପାଳ
ଭୁବନେଶ୍ୱର, (ଶାସକ ପ୍ରଶାସକ) -ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ | କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ | ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ | କୌଣସି ପ୍ରତ୍ୟାଶା ନରଖି ସେ ସମାଜର ହିତସାଧନ କରୁଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତିା
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ବାର୍ଷିକ ସାରସ୍ୱତ ସମାଗମ "ଶୀତ ଉତ୍ସବ'ରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ସାହିତ୍ୟ କେବଳ ସାମଜର ପ୍ରକୃତ ଛବି ଦେଖାଏନି, ସମାଜର ଗତି ଓ ପ୍ରକୃତିକୁ ନିୟନ୍ତ୍ରିତ କରୋ ଭବିଷ୍ୟତକୁ ମାର୍ଗଦର୍ଶନ କରାଏା ସାହିତ୍ୟ ହେଉଛି ସମାଜର ଉତ୍ତରଣରେ ପ୍ରମୁଖ ସାରଥୀ | ସାହିତ୍ୟ ହେଉଛି ଆନନ୍ଦମୟ କୋଷର କଥା ଏବଂ ସାହିତ୍ୟିକ ମାନେ ହେଉଛନ୍ତି ଆନନ୍ଦମୟ କୋଷର ମାଲିକ | ମଣିଷ ଆନନ୍ଦରୁ ଆସିଛି, ଆନନ୍ଦରେ ରହିବ ଏବଂ ଆନନ୍ଦକୁ ଚାଲିଯିବା ସେ ନିଜେ ହିଁ ନିଜର ଆଲୋକ | ବାହାରର ଦିଗ୍ଦର୍ଶନକୁ ଅପେକ୍ଷା ନକରି ନିଜ ଭିତରର ସ୍ୱରକୁ ଶୁଣିବାକୁ ରାଜ୍ୟପାଳ ସମବେତ ସାହିତି୍ୟକ ଓ ଶିଳ୍ପୀମାନଙ୍କୁ ଆହ୍ୱାନ ଦେଇଛନ୍ତିା
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ବିଭିନ୍ନ ସାରସ୍ୱତ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଭୂୟସୀ ପ୍ରଶଂସା କରି ଏହା ଓଡ଼ିଶାରେ ସୃଜନ ପରମ୍ପରାର ପରିବୃଦ୍ଧି ନିମନ୍ତେ ଏକ ସଫଳ ଆୟୋଜନ ବୋଲି ପ୍ରକାଶ କରିଛନ୍ତିା
ଜ୍ଞାନପୀଠ ବିଜୟିନୀ ଖ୍ୟାତନାମା ସାହିତ୍ୟିକ ପଦ୍ମଶ୍ରୀ ଡ. ପ୍ରତିଭା ରାୟ କହିଲେ ଯେ ସାହିତ୍ୟ ସବୁବେଳେ ସଂକଟର ସମାଧାନ ପାଇଁ ବାଟ ଦେଖାଇଥାଏା ସାହିତ୍ୟ ପଥରେ ଏହି ପରିତ୍ୟଜ ନୁହଁନ୍ତିା ସମାଜ ମଣିଷ ପାଇଁ ଅପରିହାର୍ଯ୍ୟା ସେହିପରି ସାହିତ୍ୟ ସମାଜ ପାଇଁ ମଧ୍ୟ ଏକାନ୍ତ ଆବଶ୍ୟକ ବୋଲି ଡ. ରାୟ ପ୍ରକାଶ କରିଥିଲୋ ପଦ୍ମବିଭୂଷଣ ସୁଦର୍ଶନ ସାହୁ ସାହିତ୍ୟକୁ ଏକ ମହାସାଗର ସହ ତୁଳନା କରି ସାହିତ୍ୟ ହିଁ ତାଙ୍କ ସୃଜନକଳାର ପ୍ରମୁଖ ଉତ୍ସ ବୋଲି ସ୍ୱୀକାର କରିଥିଲୋ ଲେଖିକା ତଥା ଅର୍ଥନୀତିଜ୍ଞ ଡ. ମନିକା ଦାସ ସାହିତ୍ୟରେ ନାରୀମାନଙ୍କର ସ୍ଥିତି ସଂପର୍କରେ ଆଲୋଚନା କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ବ୍ୟାପକ ଉନ୍ନତି ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲୋ
ଭୁବନେଶ୍ୱର ସାହିତ୍ୟ ସମାଜର ଉପଦେଷ୍ଟା ଆଡ୍ଭୋକେଟ୍ ଗୁରୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଟ୍ରଷ୍ଟର ସଭାପତି କବି ସୂର୍ଯ୍ୟ ମିଶ୍ର ଭାରତୀୟ ସାହିତ୍ୟକୁ ଏକ ହିରଣ୍ମୟ ପାତ୍ର ଭାବରେ ଅଭିହିତ କରିଥିଲେ ଏବଂ ସଂପାଦିକା ସୋନାଲି ମହାପାତ୍ର ପ୍ରମୁଖ ଅନୁଷ୍ଠାନର ବିବରଣୀ ପାଠ କରିଥିଲୋ
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ ବିଶିଷ୍ଟ କବି ଡ. ସେନାପତି ପ୍ରଦୁ୍ୟମ୍ନ କେଶରୀଙ୍କୁ "କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ' ଏବଂ ଶିଳ୍ପୀ ଡ. ରମାକାନ୍ତ ସାମନ୍ତରାୟଙ୍କୁ "ଦିନନାଥ ପାଠୀ ସ୍ମୃତି ଶିଳ୍ପୀ ସମ୍ମାନ' ପ୍ରଦାନ କରିଥିଲୋ ଅନୁଷ୍ଠାନର ବାର୍ଷିକ ମୁଖପତ୍ର "କବିତା ୨୦୨୦', ଗୁରୁ ମହାନ୍ତିଙ୍କ "ଅଫେରା', ଡ. ସ୍ୱପ୍ନାରାଣୀ ସିଂଙ୍କ "ପାଶ୍ଚାତ୍ୟ ସାହିତ୍ୟିକ ଆନ୍ଦୋଳନ ଓ ତତ୍ତ୍ୱ', ଡ. ଅଭୟ ନାରାୟଣ ନାୟକଙ୍କ "ଅସୀମ ଆକାଶ', ସୂର୍ଯ୍ୟ ମିଶ୍ରଙ୍କ ଅନୂଦିତ ଉପନ୍ୟାସ "ଅର୍ଦ୍ଧନାରୀଶ୍ୱର' ଓ କବିତା ପୁସ୍ତକ "ଅନେକ ନିଦ୍ରିତ ଛାଇ', କବି ସୁଧା ପଟ୍ଟନାୟକଙ୍କ "ମୁକ୍ତିପଥ', ପ୍ରଜ୍ଞାପ୍ରବର୍ତ୍ତିକା ଦାସଙ୍କ ରଚିତ ଉପନ୍ୟାସ "ନିଖୋଜ' ଆଦି ରାଜ୍ୟପାଳ ପ୍ରଫେସର ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲାା
ଉପସ୍ଥାପିକା ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଉପସ୍ଥିତ ଥିଲୋ
ଉତ୍ସବର ଦ୍ୱିତୀୟ ଅଧିବେଶନରେ ଡ. ହୃଷିକେଶ ମେହେର ଓ ଅନୁଷ୍ଠାନର ଉପସଭାପତି ମିନତି ଦାଶ (ମାନି)ଙ୍କ ଯୁଗ୍ମ ସଭାପତିତ୍ୱରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲାା ନୀଳଲୋହିତ ମହାପାତ୍ର ଓ ଅଧ୍ୟାପିକା ସୌଦାମିନୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ରୁ ଉର୍ଧ୍ଵ କବି ସ୍ୱରଚିତ ଲେଖାପାଠ କରିଥିଲୋ