ହେଡଲାଇନସ୍:

ତୈଳ ଓ ରନ୍ଧନଗ୍ୟାସ ଦର ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ : ସବୁ ତେଲ ଟାଙ୍କି ଆଗରେ ହେବ ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ବିଶ୍ୱ ବଜାରରେ ତୈଳଦର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଦେଶରେ ବାରମ୍ବାର ପେଟ୍ରୋଲ,ଡିଜେଲ୍ ଓ ରନ୍ଧନଗ୍ୟାସଦର ବୃଦ୍ଧି ନେଇ ଓଡିଶା ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁ ଇଣ୍ଡିଆନ ଅଏଲ୍ ପେଟୋ୍ରଲ ପମ୍ପ ଆଗରେ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଶତାଧିକ ଯୁବକଂଗ୍ରେସ କର୍ମୀ ଅହିଂସା ଉପାୟରେ ପ୍ରତବାଦ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନପୂର୍ବରୁ ଦେଶବାସୀଙ୍କୁ ‘ଅଛେଦିନ୍’ ର ସୁନେଲି ସ୍ୱପ୍ନ ଦେଖାଇ ଶାସନ ଗାଦିରେ ଦୀର୍ଘ ସାଢେ଼ ତିନିବର୍ଷ ବସିଯିବା ପରେ ଗରିବ ଦେଶବାସୀଙ୍କ ପାଇଁ ନୁହେଁ ବରଂ ନିଜର କିଛି ହାତଗଣତି ବ୍ୟବସାୟୀ ବନ୍ଧୁଙ୍କ ପାଇଁ ‘ଅଛେଦିନ୍’ର ସ୍ୱପ୍ନକୁ ସାକାର କରିବା ପାଇଁ ଲାଗିପଡ଼ିଛନ୍ତି  । ୨୦୧୪ ମଇ ମାସ ଓ ୨୦୧୭ ସେପ୍ଟେମ୍ବର ମାସ ମଧ୍ୟରେ ଅର୍ଥାତ୍ ପ୍ରାୟ ସାଢେ଼ ତିନିବର୍ଷରୁ ଉର୍ଧ୍ଵ ସମୟ ମଧ୍ୟରେ ଅଶୋଧିତ ତୈଳଦର ପାଖାପାଖି ପ୍ରାୟ  ୫୦ପ୍ରତିଶତ ହ୍ରାସ ପାଇଥିଲେ ମଧ୍ୟ ବିଜେପି ସରକାର ଉକ୍ତ ସମୟ ମଧ୍ୟରେ ୧୧ଥର କେନ୍ଦ୍ରିୟ ଉତ୍ପାଦ  କରରେ ବୃଦ୍ଧି ଘଟାଇ ତୈଳ କମ୍ପାନୀମାନଙ୍କ ନିକଟରେ ନିଜକୁ ବନ୍ଧା ପକାଇ ସାଧାରଣ ଖାଉଟିଙ୍କୁ ଲୁଟିବାରେ ଲାଗିଛନ୍ତି  ।  ତେଣୁ ୨୦୧୪ ମଇ ମସିହା ଠାରୁ ପେଟ୍ରୋଲ ଦର ଶତକଡ଼ା ୧୩୩.୪୬ ପ୍ରତିଶତ ଓ ଡ଼ିଜେଲ୍ ଉପରେ ଶତକଡ଼ା ୪୦୦.୮୬ ପ୍ରତିଶତ ଅତିରିକ୍ତ ଉପôାଦ କର ବୃଦ୍ଧି ଘଟିଛି  । ୟୁପିଏ ସରକାର ସମୟରେ ଯେତେବେଳେ ବିଶ୍ୱ ବଜାରରେ ତୈଳଦର ବ୍ୟରେଲ୍ ପିଛା ୧୨୦ ଡ଼ଲାର ଥିଲା ସେ ସମୟରେ ବିରୋଧି ଦଳ ହିସାବରେ ବିଜେପି ତୈଳଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିବା ସମୟରେ ଏବେ ଅଶୋଧିତ ତୈଳଦର ପାଖାପାଖି ୫୦ ଡ଼ଲାରରେ ସୀମିତ ଥିବା ସମୟରେ ବାରମ୍ବାର ତୈଳଦରରେ ବୃଦ୍ଧି ଭାରତୀୟ ଜନତାଦଳର ଅସଲ ମୁଖାକୁ ପଦାରେ ପକାଇଛି  । ପୂର୍ବରୁ ପେଟ୍ରୋଲିୟମ୍ ମନ୍ତ୍ରୀ ତୈଳଦର ନିୟନ୍ତ୍ରଣ ମୁକ୍ତ କରାଗଲେ ଏହାର ପ୍ରକୃତ ସୁଫଳ ଖାଉଟି ମାନଙ୍କ ନିକଟରେ ପହଞ୍ଚôବବୋଲି ଦୃଢେ଼ାକ୍ତି ପ୍ରକାଶ କରୁଥିବାବେଳେ ବର୍ତ୍ତମାନର ପରିସ୍ଥିତିରେ ତାଙ୍କର ପ୍ରକୃତ ରୂପକୁ ମଧ୍ୟ ଜନସାଧାରଣ ପରଖି ସାରିଲେଣି  । ଅପରପକ୍ଷେ ସରକାର ୨୦୧୭ ଅଗଷ୍ଟ ୨ତାରିଖରେ ଡିଲର ମାନଙ୍କ କମିଶନ ପେଟ୍ରୋଲ୍ ଉପରେ ଲିଟର ପିଛା ୧ଟଙ୍କା ଓ ଡ଼ିଜେଲ୍ ଉପରେ ଲିଟର ପିଛା ୭୨ପଇସା ବୃଦ୍ଧି କରିଛନ୍ତି  । ଯାହାଫଳରେ ଏହା ମଧ୍ୟ ସାଧାରଣ ଖାଉଟିଙ୍କ ଉପରେ ପାଖାପାଖି ୧୨ହଜାର କୋଟି ଟଙ୍କାର ବୋଝ ପଡ଼ିବ  । ସେହିପରି ବିଶ୍ୱ ବଜାରରେ ଗ୍ୟାସ୍ ଦର ତିନିବର୍ଷ ମଧ୍ୟରେ ଗତ ୟୁପିଏ ସରକାର ତୁଳନାରେ ପାଖାପାଖି ୩୫ପ୍ରତିଶତ ହ୍ରାସ ଘଟିଥିବା ବେଳେ ମୋଦି ସରକାର ଗ୍ୟାସ୍ ଦରରେ ମଧ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି  । ଯାହାର ପ୍ରଭାବ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍ ଉପରେ ମଧ୍ୟ ପଡ଼ିବାରେ ଲାଗିଛି  । ତେବେ ରାଜ୍ୟ ବିଜେଡ଼ି ସରକାର ତୈଳ ଦର ବୃଦ୍ଧି ନେଇ କୁମ୍ଭୀର କାନ୍ଦଣା ନକରି ତୁରନ୍ତ ତୈଳଦର ଉପରୁ ମୂଲ୍ୟଯୁକ୍ତ ଟିକସ ହ୍ରାସ କରିବା ଓ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ କର ହ୍ରାସ କରି ଦେଶବାସୀଙ୍କୁ ଏଭଳି କୃତ୍ରିମ ଅର୍ଥନୈତିକ ଆତଙ୍କବାଦରୁ ମୁକ୍ତ କରିବା ପାଇଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥୀ ଆଜି ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ଆଗାମୀ ଦିନରେ ସାରା ରାଜ୍ୟରେ ଯୁବକଂଗ୍ରେସ ପକ୍ଷରୁ ଅହିଂଶା ତଥା ଗଣତାନ୍ତ୍ରୀକ ଉପାୟରେ ସମସ୍ତ ପେଟୋ୍ରଲ ପମ୍ପ ଆଗରେ କରାଯିବ ବୋଲି ପ୍ରକାଶ କରିଛନ୍ତି  । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋରଞ୍ଜନ ଦାସ, ଯୁବ କଂଗ୍ରେସ ସାଧାରଣ ସଂପାଦକ ତଥା ମୁଖପାତ୍ର ଡ଼ଃ ସ୍ମୃତି ରଂଜନ ଲେଙ୍କା, ନୀଳମାଧବ ପଣ୍ଡା, ,  ରଣଜିତ୍ ପାତ୍ର , ଦେବାଶିଶ ମହାପାତ, ସ୍ୱାଗତ କର, ସଙ୍କୁନା କଅଁର, ଆଲୋକ ଲେଙ୍କା, ବିରଂଚି ବାରିକ,  ପ୍ରମୁଖ ଉପସ୍ଥିତ ଥିଲେ  ।

 

0
0
0
s2sdefault