ହେଡଲାଇନସ୍:

ଢାବା ମ୍ୟାନେଜର୍ କୁ ଅପହରଣ ପାଇଁ ପ୍ରୟାସ : ଦୁଇ ଗିରଫ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-:  ଅଠର ନମ୍ବର ଜାତୀୟ ରାଜପଥର ପାର୍ଶ୍ବବର୍ତ୍ତୀ ଢାବାରୁ ଢାବା ମ୍ୟାନେଜରକୁ ବଳପୂର୍ବକ ଅପହରଣ କଲେ ଦୃବୃତ୍ତ। ରାତି ପ୍ରାୟ ସାଢ଼େ ୯ ପାଖାପାଖି ବେତନଟୀ ଥାନା ତୁଳସୀଚଉରା ନିକଟସ୍ଥ ସ୍ବସ୍ତିକ ପେଟ୍ରଲ ପମ୍ପ ନିକଟରେ ଥିବା ବିଷ୍ଣୁ ଢାବା (ପୂଜା ଢାବା)ର ମ୍ୟାନେଜର ତପନ କୁମାର ସାହୁ ସହିତ କେତେକ ଯୁବକ ଆସି ଯୁକ୍ତି ତର୍କ ଓ ମାରପିଟ କରି ବଳପୂର୍ବକ ଉଠାଇ ନେଇଛନ୍ତି। ଢାବା ମାଲିକ ସମ୍ମୁଖରେ ଏଭଳି ଘଟଣା ଘଟିବା ଫଳରେ ମାଲିକ ବିଷ୍ଣୁ ସାହୁ ବେତନଟୀ ଥାନାକୁ ଫୋନ ଯୋଗେ ଜଣାଇଥିଲେ। ଘଟଣାସ୍ଥଳରେ ବେତନଟୀ ଥାନା  ଏ.ଏସ.ଆଇ. ବେଦପ୍ରକାଶ ନନ୍ଦ ଅପହରଣକାରୀଙ୍କୁ ଧରିବା ପାଇଁ  ପିଛାକରି ବାରିପଦା ବସ ଷ୍ଟାଣ୍ତରୁ ତପନଙ୍କୁ ଉଦ୍ଧାର କରି ବେତନଟୀ  ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ ।  ଡାକ୍ତର ସ୍ନିଗ୍ଧା  ନାୟକଙ୍କ ଚିକିତ୍ସା ପରେ ଘରକୁ ପଠାଯାଇଛି । ତେବେଅଭିଯୁକ୍ତମାନଙ୍କ ସମ୍ପର୍କରେ ବିଶେଷ ସୂତ୍ରରୁ ଖବରପାଇଁ ବାରିପଦା ଟାଉନଥାନା ସିଭିଲସ୍କ୍ବାର୍ଡ ପୋଲିସ  ଶଙ୍ଖାଭଙ୍ଗା ଠାରେ ସେମାନଙ୍କୁ ଠାବ କରିଥିଲେ। ଅଭିଯୁକ୍ତମାନେ ପୋଲିସ କୁ ଦେଖି ଗାଡ଼ିରେ ଖସିଯିବାକୁ ଉଦ୍ୟମ କରିବାରୁ ଗ୍ରାମବାସୀ ସହଯୋଗରେ ଦୁଇଜଣଙ୍କୁ ପୋଲିସ  ଧରିବାରେ ସକ୍ଷମ ହୋଇଥିଲେ।ଏ ବାବଦରେ ବେତନଟୀ ବେତନଟୀ ଆଇଆଇସି ତିଲୋତ୍ତମା ନାୟକ ଏକ ପ୍ରେସମିଟ  ଆୟୋଜନ କରି ଏହା ଏକ ପ୍ରେମ ଜନିତ ଘଟଣା ବୋଲି କହିବା ସହ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବାର ସୂଚନା ଦେଇଥିଲେ।

0
0
0
s2sdefault