ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:: ଚାଷୀଙ୍କ ଧାନ ସରକାର କିଣିବା ପ୍ରସଙ୍ଗ ରେ ପୁଣି ଆନ୍ଦୋଳନ କରିବ ବିଜେପି ଆସନ୍ତା 13 ରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜାତୀୟ ଓ ରାଜ୍ୟ ରାଜପଥ ରେ କରାଯିବ ଚକାଜାମ ପଶ୍ଚିମ ଓଡିଶାର 5 ଲୋକସଭା ର 37 ଟି ବିଧାନସଭା ଅଂଚଳରେ ହେବ ଚକାଜାମ କରି ସରକାରଙ୍କୁ ତାଙ୍କର ଚାଷୀଙ୍କ ପାଇଁ ଥିବା କର୍ତ୍ତବ୍ୟ କଣ ତାହା ମନେ ପକାଇ ଦେବାକୁ ବିଜେପି ପୁଣି କରିବ ଚକାଜାମ। ଦିନ10 ରୁ ଗୋଟାଏ ପର୍ଯ୍ୟନ୍ତ ହେବ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ କୁ ଅବରୋଧ କରାଯିବ ବୋଲି ସମ୍ବଲପୁର ବିଜେପି ପକ୍ଷରୁ କୁହାଯାଇଛି ।ସରକାର ଚାଷୀଙ୍କ ଧାନ କିଣୁନଥିବା ଅଭିଯୋଗ କରି ବିଜେପି ଜିଲ୍ଲାପାଳ, RDC କାର୍ଯ୍ୟାଳୟ ଘେରାଉ କରିବା ସହ ଜେଲଭରୋ ଆନ୍ଦୋଳନ କରିଥିଲା । ରାଜ୍ୟ ବିଜେପି ସଭାପତି, ବିରୋଧୀ ଦଳ ନେତା, ଙ୍କ ସହ 3 ସାଂସଦ ଓ 7 ବିଧାୟକ ଗିରଫ ମଧ୍ୟ ହୋଇଥିଲେ । ଯଦି ସରକାର ଦାବି ନଶୁଣନ୍ତି ତେବେ ବିଧାନସଭା ରେ ଏହାର ପ୍ରଭାବ ଦେଖିବେ ବୋଲି କହିଛନ୍ତି ବିଧାୟକ ।