ଝାରସୁଗୁଡ଼ା :(ସୁଭାଷ ସହାରେ) -ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉଦଘାଟନ କରିଛନ୍ତି। ସହରର ଦୁଇଟି ମୂଖ୍ୟ ରାସ୍ତାରେ ଆଲୋକୀକରଣ ଓ ଏକ କ୍ଲବ ଘର ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ମ୍ୟୁନିସିପାଲିଟି ଗ୍ରୀନ ଫିଲ୍ଡ ଏଲଇଡି ରାସ୍ତା ଆଲୋକୀକରଣ ଯୋଜନା ଅନ୍ତର୍ଗତ ବେହେରାମାଲ କିଶାନ ଛକରୁ ପ୍ରସନ୍ନ ପଣ୍ଡା ଛକ ପର୍ଯ୍ୟନ୍ତ ଓ ବଢ଼େଇମୁଣ୍ଡାରୁ ଏଲଏନ କଲେଜ ପର୍ଯ୍ୟନ୍ତ ମୂଖ୍ୟ ରାସ୍ତାର ଆଲୋକୀକରଣର ଉଦ୍ଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କିଶାନ ଛକରୁ ପ୍ରସନ୍ନ ପଣ୍ଡା ଛକ ପର୍ଯ୍ୟନ୍ତ ୧୧୧ଟି ଲାଇଟ ଖମ୍ବ ଲାଗିଥିବା ବେଳେ ବଢ଼େଇମୁଣ୍ଡାରୁ ଏଲଏନ କଲେଜ ପର୍ଯ୍ୟନ୍ତ ୩୫ଟି ଲାଇଟ ଖମ୍ବ ଲାଗିଛି। ଏହି ଅବସରରେ ବେହେରାମାଲ ଓ ବଢ଼େଇମୁଣ୍ଡାଠାରେ ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଯୋଗ ଦେଇଥିବା ବେଳେ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଯୋଗେନ୍ଦ୍ର ମାଝି ଓ ଅନ୍ୟାନ୍ୟ ଅଧିକାରୀ, ପୂର୍ବତନ ନଗରପାଳ ଶ୍ରୀ ହରିଷ ଗଣତ୍ରା ଓ ଶ୍ରୀ ତାପସ ରାୟ ଚୌଧୁରୀ, ରଘୁମଣି ପଟେଲ, ସନ୍ଦିପ ଅବସ୍ତି, ଅଶୋକ ଦାସ, ଫୁପୁ ମହାନ୍ତି, ରାଜୁ ପାଣିଗ୍ରାହୀ, ପିଣ୍ଟୁ ପାଢ଼ୀ, ସିଦ୍ଧାର୍ଥ ସରକାର, ପ୍ରତାପ ନନ୍ଦ, ନଟବର ଶର୍ମା, ରୁବିନା ଖାଁ, ସଙ୍ଗୀତା ଖାଲକୋ, ରିଙ୍କି କୌର, ଚନ୍ଦ୍ରକାନ୍ତି ମହାପାତ୍ର, ମନୋରଞ୍ଜନ ମହାପାତ୍ର, ସୁଧାଂଶୁ ମହାପାତ୍ର, ବିକାଶ ତ୍ରିପାଠୀ,ରୋବିନ ପାଣ୍ଡେ,ସରିତା ଅଗ୍ରୱାଲ, ମାନସୀ ପଣ୍ଡା ପ୍ରଭୃତି ଉପସ୍ଥିତ ଥିଲେ।
ଏଥିସହିତ ୱାର୍ଡ଼ ନମ୍ବର ୫ କବରସ୍ଥାନପଡ଼ାଠାରେ ପୌରପାଳିକା ପକ୍ଷରୁ ନବନିର୍ମିତ ସନ୍ତୋଷୀ କ୍ଲବଗୃହକୁ ମଧ୍ୟ ସ୍ବାସ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ୩ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ହୋଇଥିବା ଏହି କ୍ଲବ ଘର ଉଦଘାଟନ ଅବସରରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଯୋଗେନ୍ଦ୍ର ମାଝି, ୱାର୍ଡ଼ ନମ୍ବର ୫ର ପୂର୍ବତନ କାଉନସିଲର ରାଜୁ ପାଣିଗ୍ରାହୀଙ୍କ ସମେତ ପୂର୍ବତନ ନଗରପାଳ ହରିଷ ଗଣତ୍ରା, ସନ୍ଦିପ ଅବସ୍ତି, ତ୍ରିନାଥ ଗୁଆଲ, ଅଶୋକ ଦାସ,ସିଦ୍ଧାର୍ଥ ସରକାର, ପିଣ୍ଟୁ ପାଢ଼ୀ, ପ୍ରତାପ ନନ୍ଦ ,ମଦନ ହାତୀ,ଗୋବିନ୍ଦ ସିଙ୍ଘାଣିଆ, ସୁବାସ କେଡ଼ିଆ, ଚିରଞ୍ଜିବି ପତି, ଅଭି ସୁନା, କମଲ ମହାନନ୍ଦ, ରଞ୍ଜିତ ସୁନା , ମହମ୍ମଦ ଫରୁକ, ମହମ୍ମଦ ନାସିର, ଜି ରାଜେଶ, ରୁବିନା ଖାଁ,ଚନ୍ଦ୍ରକାନ୍ତି ମହାପାତ୍ର, ସଂଗୀତା ଖାଲକୋ, ଗୀତାଞ୍ଜଳି କୁସୁମ ପ୍ରଭୁତି ଉପସ୍ଥିତ ଥିଲେ।