ହେଡଲାଇନସ୍:

ରାମଚଣ୍ଡୀ ସେନାର ଗାଇସିଲାଟ ବ୍ଲକ ସ୍ଥରୀୟ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲାଟ/ ନୀଳ ଦୀପ ଗାଇସିଲାଟ ବ୍ଲକ ବୁରୋମୁଣ୍ଡା ଠାରେ ରାମଚଣ୍ଡୀ ସେନାର ବ୍ଲକ ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିବଶଂକର ବିଶ୍ୱାଳଂକ ଆହ୍ୱାନରେ ଅନୁଷ୍ଠିତ  ଏହି ସଭାରେ ରାଜ୍ୟ ସଂଜୋଜକ ସାକେତ ଶ୍ରୀଭୂଷଣ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କୁଲତା ଯୁବ ସମାଜର  ଉନ୍ନତି ତଥା ଏକତା ଉଦେଶ୍ୟରେ ଗଠିତ ରାମଚଣ୍ଡୀ ସେନାକୁ ମଜବୁତ କରିବା ପାଇଁ ତଥା ତୃଣମୂଳ ସ୍ଥରରେ ସଂଗଠନ କରିବା ପାଇଁ ପ୍ରସ୍ତାବ ହୋଇଥିଲା । ପ୍ରତ୍ୟେକ ଗାଁ ଓ ପଂଚାୟତରେ ସେନାର କମିଟି ଗଠନ ତଥା ବ୍ୟାପକ ଭାବେ ସଭ୍ୟସଂଗ୍ରହ ପାଇଁ ସର୍ବସମ୍ମତିରେ ପ୍ରସ୍ତାବ ପାରିତ ହୋଇଥିଲା । ଆସନ୍ତା ରବିବାର ୧୭ ତାରିଖରୁ ଗାଇସିଲାଟ ବ୍ଲକରେ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଧାର୍ଯ୍ୟ ହୋଇଥିଲା ।  ଏହି ସଭାରେ ୧୯ଟି ପଂଚାୟତରୁ ହିମାଂଶୁ ମାଝୀ, ମଳୟ ଭୋଇ, ବଲ୍ଲଭ ସାହୁ, ଜୟନ୍ତ କୁମାର ସାହୁ, ଗଣେଶ ନାଏକ, ଆନନ୍ଦ ସାହୁ, ବିକ୍ରମ କେଶରୀ ସାହୁ, ପଂଚାନନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault