ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଯୁଯୋମୁରା ବ୍ଲକର ମେଘପାଳ ଠାରେ ପଞ୍ଚାୟତ ପାର୍କର ଉଦଘାଟନ ହୋଇଯାଇଛି । ମେଘପାଳ ଗ୍ରାମ ପଞ୍ଚାୟତ ପକ୍ଷରୁ ନିର୍ମାଣ ହୋଇଥିବା ଏହି ପାର୍କ ବୀର ସୁରେନ୍ଦ୍ର ସାଏ ଗ୍ରାମୀଣ ପ୍ରମୋଦ ଉଦ୍ୟାନ ନାମରେ ନାମିତ ହୋଇଛି । ଓଡିଶା ସରକାରଙ୍କ ଉପ ମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଉଦଘାଟକ ଓ ସମ୍ବଲପୁର ସାଂସଦ ନିତିଶ ଗଙ୍ଗଦେବ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜନ ସାଦାରଣଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପିତ କରିଥିଲେ । ଏଥିରେ ଯୁଯୋମୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରପଞ୍ଚ ମମତା ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଅତିଥିଗଣ ବୀର ସୁରେନ୍ଦ୍ର ସାଏଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଶେଷରେ ପଞ୍ଚାୟତ ନିର୍ବାହି ଅଧିକାରୀ କରୁଣାକର ବାରିକ ଧନ୍ୟବାଦ ଦେଇଥିଲେ । ଏହାକୁ ହୃଦାନନ୍ଦ ପ୍ରଧାନ ,ରାଜେନ୍ଦ୍ର ସାହୁ,ଜିଆରଏସ ପ୍ରତିମା ପ୍ରଧାନ ପ୍ରମୂଖ ପରିଚାଳନା କରିଥିଲେ । ଏହାପରେ ମେଘପାଳ ଛକରେ ଥିବା ହାଇମେକ୍ସ ଲାଇଟକୁ ସରପଞ୍ଚ ନାରୀକେଳ ଭାଙ୍ଗି ଓ ଉପମୁଖ୍ୟ ସଚେତକ ଇଂ ପୁଜାରୀ ସୁଇଚ ଟିପି ଉଦଘାଟନ କରିଥିଲେ ।
ଉଭୟ ଉତ୍ସବରେ ଯୁବ ବିଜେଡି ସଭାପତି ସୁବାସ ଜେନା,ବ୍ଲକ ବିଜେଡି ସଭାପତି ବିନୋଦ ବଡପଣ୍ଡା,ମନୋଜ ଖୁଣ୍ଟିଆ,ବିଜେପିର ଦେବେନ୍ଦ୍ର ମହାପାତ୍ର ,ପ୍ରମୋଦ ସାହୁ,ଜୟନ୍ତ ବିଶ୍ୱାଳ,କ୍ଷିରୋଦ ରାଉଳ ପ୍ରମୁଖ ବହୁ ନେତୃ ସ୍ଥାନୀୟ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟଯେ,ଯୁଯୋମୁରା ବ୍ଲକରେ ଏହା ପ୍ରଥମ ଲୋକର୍ପିତ ପାର୍କ ହୋଇଥିବା ବେଳେ ୨୮ ତାରିଖରେ ସ୍ୱଭାବ କବି ଗଙ୍ଗାଧର ପଞ୍ଚାୟତ ପାଠାଗାର ଲୋକାର୍ପିତ ହୋଇ ସମଗ୍ର ଓଡିଶାରେ ପ୍ରଥମ ପଞ୍ଚାୟତ ପାଠାଗାରର ମାନ୍ୟତା ଲାଭ କରିଛି ।