ରିଜର୍ଭ ଜଙ୍ଗଲରେ ବେଆଇନ ପୋଖରୀ ଖନନ : ୩ ଟ୍ରାକ୍ଟର ସହ ଜେସିବି ଜବତ ୬ ଜଣଙ୍କୁ କୋର୍ଟଚାଲାଣ । 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳର ସୁବଳୟା ବନଖଣ୍ଡ ଅନ୍ତର୍ଗତ ବୁଟୂଖମନ ସଂରକ୍ଷିତ  ଜଙ୍ଗଲର ସେରଗେଡା ବିଟ ନିକଟରେ ବେଆଇନ ଭାବରେ ପୋଖରୀ ଖନନ କରୁଥିବା ବେଳେ ଜଙ୍ଗଲ ବିଭାଗ ଚଢାଉ କରିଥିଲା । ଏଥିରେ ତିନୋଟି ଟ୍ରାକ୍ଟର ସହ ଜେସିବି ଓ ୬ ଜଣ ଯୁବକଙ୍କୁ ଅଟକ ରଖିଥିବା ସକ୍ଷମ ହୋଇଛି ।  ସୂଚନା ଅନୁଯାୟୀ ସୁବଳୟା ବନଖଣ୍ଡ ଅଧିନରେ ବୁଟୂଖମନ ସଂରକ୍ଷିତ ଜଙ୍ଗଲର ବୁଦେଲବାହଲ ଜଙ୍ଗଲରେ ତ୍ରିଲୋଚନ ମେହର ବେଆଇନ ଭାବେ ବାରମ୍ବାର ପୋଖରୀ ଖନନ କରି ଆସୁଥିଲେ । ବିଶେଷ ସୁତ୍ରରୁ ଖବର ପାଇ ଖନନ କାର୍ଯ୍ୟରେନିୟୋଜିତ ଥିବା ୩ ଟ୍ରାକ୍ଟର (ଓଆର ୧୫ ଏସ ୯୮୮୧, ଓଡି ୧୫ ଜେ ୧୧୮୨ ଓ ଏକ ନମ୍ବର ବିହୀନ ) ସହ ଗୋଟିଏ ଜେସିବି (ଓଡି ୩୧ ଏସ ୯୧୮୨ ) ଗାଡି ଗୁଡିକୁ ଜବତ କରିଥିଲା । ସମସ୍ତ ୬ ଅଟକ ଯୁବକଙ୍କୁ ଜଙ୍ଗଲ ଆଇନ ୧୯୭୨୵୨୭ ଏବି କେସ ନଂ ୧୭୮ ୵୨୧ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି । ଏହି ଚଢାଉରେ ସୁବର୍ଣ୍ଣପୁର ଜିଲ ଡିଏଫଓ ସୁଶାନ୍ତ ସାମନ୍ତରାଏ,  ଏସିଏଫ ପ୍ରଫୁଲ୍ଲ କୁମାର ଧରୁଆ , ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ଅବିନାଶ ବରିହା, ବନପାଳ ଲିଙ୍ଗରାଜ ନାଏକ ଓ ବନରକ୍ଷି ପ୍ରବିଣ ରଥ ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault