ଓଡିଶାର ପ୍ରଥମ ପଞ୍ଚାୟତ ପାଠାଗାର ଉଦଘାଟିତ ,ସ୍ୱଭାବକବିଙ୍କ ନାମରେ ସମର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲାରେ ରାଜ୍ୟର ପ୍ରଥମ ପଞ୍ଚାୟତ ପାଠାଗାର ଉଦଘାଟିତ ହୋଇଯାଇଛି । ଜିଲ୍ଲା ର  ଯୁଯୁମୁରା ବ୍ଲକ ମେଘପାଳ ଗ୍ରାମ ପଞ୍ଚାୟତର ଏହି ପାଠାଗାର ଉଦଘାଟିତ ହେବାସହ ସର୍ବ ସାଧାରଣଙ୍କ ପାଇଁ ଲୋକାର୍ପିତ ହୋଇଛି । ଗ୍ରାମାଞ୍ଚଳରେ ପୁସ୍ତକ ପଠନ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୄଷ୍ଟି କରିବାରେ ଏହି ପାଠାଗାର ବେଶ ସହାୟକ ହେବ ବୋଲି ଆଶା  କରାଯାଉଛି ।

 ବର୍ତ୍ତମାନ ଡିଜିଟାଲ ଯୁଗରେ ଲୋକଙ୍କ ମଧ୍ୟରେ ପୁସ୍ତକ ପଠନ କରିବା ଆଗ୍ରହ ଧିରେ ଧିରେ କମିବାରେ ଲାଗିଛି । ତେବେ ବଣଜଙ୍ଗଲ ଘେରା ଅଞ୍ଚଳ କଥା ତ  ନକହିଲେ ଭଲ । ଏପରି କ୍ଷେତ୍ରରେ ସମ୍ବଲପୁର ଜିଲ୍ଲା ର ଉପାନ୍ତ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ପୁସ୍ତକ ପଠନ ପାଇଁ ଆଗ୍ରହ ସୄଷି କରିବା ଉଦ୍ଦେଶ୍ୟରେ ପଞ୍ଚାୟତ ସ୍ତରୀୟ ପାଠାଗାର ଉଦଘାଟିତ  ହୋଇଯାଇଛି । ଜିଲ୍ଲା ର ମେଘପାଲ ପଞ୍ଚାୟତ ରେ ଉଦଘାଟିତ ଏହି ପାଠାଗାର ରାଜ୍ୟର ପ୍ରଥମ ପଞ୍ଚାୟତ ପାଠାଗାର । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ଏହି ରାଜ୍ୟର ପ୍ରଥମ ପାଠାଗାରର ନାମକରଣ କରାଯାଇଛି । ଏହି ପାଠାଗାର କୁ ବିଧାୟକ ରୋହିତ ପୂଜାରୀ ଉଦଘାଟନ କରିଥିଲେ ।

 ଏକଦା ସମ୍ବଲପୁର ଜିଲ୍ଲା କାହିଁକି ସାରା ରାଜ୍ୟରେ ମେଘପାଲ ପଞ୍ଚାୟତ କୁ ସାଧାରଣ ଲୋକ ଯିବାକୁ ଭୟ କରୁଥିଲେ । କାହିଁକି ଜିଲ୍ଲା ର ଏକ ପ୍ରମୁଖ ମାଓ ଉପଦୃତ ପଞ୍ଚାୟତ ଭାବରେ ମେଘପାଲ ଗଣତି ହେଉଥିଲା । ତେବେ ବିଗତ କେତେ ବର୍ଷ ହେବ ଏଠାରେ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି । ଏହି ମେଘପାଲ ପଞ୍ଚାୟତ କୁ ସରକାର ଆଦର୍ଶ ପଞ୍ଚାୟତ ଭାବରେ ପରିଗଣିତ କରିବା ସହ ବହୁ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ବହୁ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ କରାଯାଇଛି । ତେବେ ଗତବର୍ଷ ରାଜ୍ୟର  ଶେଷ୍ଠ ପଞ୍ଚାୟତ ପୁରସ୍କାର ମେଘପାଲ ପାଇବା ସହ ପାଇଥିବା ଅର୍ଥ ରାଶିରେ ରାଜ୍ୟର ପ୍ରଥମ ପଞ୍ଚାୟତ ପାଠାଗାର ମେଘପାଲରେ ପ୍ରତିଷ୍ଠା କରାଯାଇଛି । ଏହି ପାଠାଗାର ରେ ୩୫୦୦ ରୁ ଅଧିକ ପୁସ୍ତକ ଥିବା ବେଳେ ସବୁ ବର୍ଗର ପାଠକ ଙ୍କ ପାଇଁ ସବୁ ପ୍ରକାର ପୁସ୍ତକ ପଢିବା ପାଇଁ ବ୍ୟବସ୍ଥା କରାଯାଇଛି ।

  ରାଜ୍ୟର ଏହି ପ୍ରଥମ ପଞ୍ଚାୟତ ପାଠାଗାର ଉପାନ୍ତ  ମେଘପାଲ ଅଞ୍ଚଳରେ ପୁସ୍ତକ ପଠନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୄଷି କରିବା ରେ ଏକ ଭୁମିକା ନିର୍ବାହ କରିବା ଆଶା କରାଯାଉଛି ।

0
0
0
s2sdefault