ବଲାଙ୍ଗୀର/ସ୍ୱତନ୍ତ୍ର ପ୍ରତିନିଧି :ପଦ୍ମା ଜ୍ୟୋତିଷ ବୟସ (45) ଘର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମାଟିଆଭଟା ଗାଁ ରେ |ପଦ୍ମା ଜଣେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ |ଓଡିଶା ସରକାର ଙ୍କ ପକ୍ଷରୁ ଶ୍ରମ ବିଭାଗ ଅଧୀନରେ ସେ ପଞ୍ଜୀକୃତ |ପଞ୍ଜିକରଣ କରିଥିଲେ ମଧ୍ୟ ତାଙ୍କ ମୃତ୍ୟୁ ପରେ ପରିବାର ସହାୟତା ପାଇବାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ରହିଛନ୍ତି | ପଦ୍ମା 09-07-2019 ଦିନ ମାଟିଆଭଟା ଗାଁ ରେ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କଲେ |ପଦ୍ମା ରୋଗାକ୍ରାନ୍ତ ଥିବାବେଳେ ତାଙ୍କ ସ୍ୱାମୀ ଅନେକଙ୍କ ଠୁ ଧାର ଉଧାର ଆଣିଥିଲେ |ପଦ୍ମା ଙ୍କ ସ୍ୱାମୀ ପରମାନନ୍ଦ ଜ୍ୟୋତିଷ ବୟସ (50) ଜଣେ ଦରିଦ୍ର ଶ୍ରେଣୀର ଦିନ ମଜୁରିଆ ଓ ଭୂମିହୀନ ଶ୍ରମିକ ମଧ୍ୟ |ପରମାନନ୍ଦ ଜ୍ୟୋତିଷ ସ୍ତ୍ରୀ ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ଓ ବହୁ ଦୁଃଖ କଷ୍ଟ ସହି ପର ଘର ବିଲରେ ମୂଳ ଲାଗି ନିଜ ପୁଅ କୁ ଲାଳନ ପାଳନ ଓ ପରିବାର ର ଗୁଜୁରାଣ ମେଣ୍ଟାଉଛନ୍ତି |2019 ମସିହା ରୁ ସ୍ତ୍ରୀ ଙ୍କ ମୃତ୍ୟୁ ସହାୟତା ପାଇଁ ଆବେଦନ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସହାୟତା ପାଇବାରୁ ରୁ ବଞ୍ଚିତ | ବର୍ତ୍ତମାନ ଶ୍ରମ ବିଭାଗ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ " ମୋ ସରକାର " ଯୋଜନାରେ ଆସୁଥିବାରୁ ସହାୟତାର ଆଶା ରଖିଛନ୍ତି ପଦ୍ମାଙ୍କ ପରିବାର |ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟିଦେଇ ଅସହାୟ ପରିବାରକୁ କୋଠାବାଡି ଓ ନିର୍ମାଣ ଶ୍ରମିକ ପାଣ୍ଠିରୁ ମିଳୁଥିବା ମୃତ୍ୟୁ କାଳୀନ ସହାୟତା ଯୋଗାଇ ଦେବାପାଇଁ ଜନସାଧାରଣ ଦାବୀ କରିଛନ୍ତି |
ରାଜ୍ୟ
ପଦ୍ମାଙ୍କ ମୃତ୍ୟୁର 17 ମାସ ପରେ ମଧ୍ୟ ନିର୍ମାଣ ଶ୍ରମିକ ସହାୟତାରୁ ବଞ୍ଚିତ ପରିବାର
- Hits: 463