ଦ୍ଵିତୀୟ ଥର ପାଇଁ ଆକଳନ ହେଲା ନୟାଗଡ଼ ଚିନିକଳ ସମ୍ପତ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ଼ (ବିଶ୍ୱଜିତ ନାୟକ) - ଆଜି  ଦ୍ଵିତୀୟ ଥର ପାଇଁ ନୟାଗଡ଼ ଚିନିକଳ ସମ୍ପତ୍ତିର ଆକଳନ କରାଯାଇଛି । ଜିଲ୍ଲା ପ୍ରଶାସନ ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଚିନିକଳ ମାଲିକଙ୍କ ଉପସ୍ଥିତିରେ କରାଯାଇଛି ଆକଳନ । ଆସ୍କା ସମବାୟ ଚିନିକଲରୁ ଡକାଯାଇଥିବା ବିଶେଷଜ୍ଞ ଏହାର ଆକଳନ କରିଛନ୍ତି ।

ଗତ ମାର୍ଚ୍ଚ ୧୨ ତାରିଖରେ ପ୍ରଥମ ଥର ପାଇଁ ସମ୍ପତ୍ତିର ଆକଳନ କରାଯାଇଥିଲା । ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଫ୍ୟାକ୍ଟ୍ରି ଚାବି ନ ରଖିବାରୁ ସମବାୟ ପାଖରେ ଚାବି ରହିଥିଲା ।  ତେବେ ବାରମ୍ବାର ଚୋରି ହେଉଥିବା ନେଇ ଗଣମାଧ୍ୟମ ର ରିପୋର୍ଟ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚିନିକଳ ମାଲିକ । ଅଭିଯୋଗ ଆଧାରରେ କୋର୍ଟ ପୁଣିଥରେ ସମ୍ପତ୍ତି ଆକଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବା ସହ ଉଭୟ ପୁରୁଣା ଓ ନୂଆ ତାଲିକା କୋର୍ଟ ରେ ଦାଖଲ କରିବା ପାଇଁ କହିଛନ୍ତି ।  ସେହି ଅନୁଶାରେ ଯାଞ୍ଚ ଅଧିକାରୀ କାରଖାନାରେ ପହଞ୍ଚିଥିଲେ ।

ତେବେ ପୁରୁଣା ତାଲିକା ସାର୍ବଜନୀନ ଦାବିରେ ଜିଲ୍ଲା କଂଗ୍ରେସ ଫାଟକ ଆଗରେ ଧାରଣା ଦେଇଥିଲା ବେଳେ ପରେ ଏହାର ସମାଧାନ କରାଯାଇଥିଲା। ଆକଳନ ପରେ ତାଲିକା ହାଇକୋର୍ଟରେ ଦାଖଲ କରାଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ।

 

0
0
0
s2sdefault