ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଥିବା ବେଳେ ଏଥିରେ କିସ୍ର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ୍ କରିଛନ୍ତି । ସମଗ୍ର ରାଜ୍ୟରେ ବାଣିଜ୍ୟରେ ପାସ୍ ହାର ୭୪.୯୧ ପ୍ରତିଶତ ଓ କଳାରେ ୬୮.୭୯ ପ୍ରତିଶତ ହୋଇଥିବା ବେଳେ କିସ୍ରେ ଉଭୟ ବାଣିଜ୍ୟ ଓ କଳାରେ ଶତ ପ୍ରତିଶତ ସଫଳତା ମିଳିଛି । ୨୦୦୫ ମସିହାରୁ ପ୍ରତିବର୍ଷ କିସ୍ ଛାତ୍ରଛାତ୍ରୀମାନେ ଉଭୟ କଳା ଓ ବାଣିଜ୍ୟରେ ପ୍ରାୟ ଶତପ୍ରତିଶତ ସଫଳତା ହାସଲ୍ କରିଆସୁଛନ୍ତି । ଚଳିତବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଫଳତା ପାଇଛନ୍ତି । ଉଭୟ କଳା ଓ ବାଣିଜ୍ୟରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉଭୟ କଳା ଓ ବାଣିଜ୍ୟରେ ସର୍ବାଧିକ ନମ୍ବର ୮୦ ପ୍ରତିଶତ ରହିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କିସ୍ରେ ପଢ଼ୁଥିବା ଜୁଆଙ୍ଗ, କୁଟିଆ କନ୍ଧ ଓ ଖଡ଼ିଆ ଆଦି ଆଦିମ ଜନଜାତିର ଛାତ୍ରଛାତ୍ରୀମାନେ ମଧ୍ୟ ଶତ ପ୍ରତିଶତ ସଫଳତା ହାସଲ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ଥର ଲାଗି ପାଞ୍ଚଜଣ ଲେଖାଏଁ ଛାତ୍ରଛାତ୍ରୀ କଳା ଓ ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଉଦ୍ୟମ, ଯନô ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି । ଶ୍ରୀ ସାମନ୍ତ କିସ୍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟ
+୨ କଳା ଓ ବାଣିଜ୍ୟରେ କିସ୍ ଛାତ୍ରଛାତ୍ରୀଙ୍କ ସଫଳତା
- Hits: 493