“ରୁଚି ଉଦ୍ୟୋଗ”ରେ ସାଧାରଣତନ୍ତ୍ର ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ(ଶାସକ ପ୍ରଶାସକ): କଟକ ମଧୁପାଟଣାସ୍ଥିତଶିଳ୍ପାଞ୍ଚଳରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରୁଚି ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ପବିତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ  ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୁଚିର ମୁଖ୍ୟ କାର୍ଯ୍ୟାଳୟ ତଥା ମସଲା ଡ଼ିଭିଜନ ପରିସରରେ ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶକ  ଅରବିନ୍ଦ ସାହୁ ଯୋଗଦେଇ ପତାକା ଉତ୍ତୋଳନ  କରିଥିବା ବେଳେ ସମ୍ମାନୀୟ ଅତିଥିଭାବେ ନିର୍ଦ୍ଦେଶିକା  ସଲିନା ସାହୁ ଯୋଗଦେଇ ଶୁଭେଚ୍ଛା ବାର୍ତ୍ତା  ପ୍ରଦାନ କରିଥିଲେ ।

ସେହିପରି ରୁଚି ପାସ୍ତା ଭିଲେଜ ପରିସରରେ ରୁଚିର ପରିଚାଳନା ନିର୍ଦ୍ଦେଶକ  ଡ଼. ଶରତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ  କରିଥିଲେ । ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗିତା ସାହୁ ଏବଂ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ମହେନ୍ଦ୍ର ଷଡ଼ଙ୍ଗୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୋଭିଡ଼ ନିୟମାବଳୀ ଅନୁସାରେ ଚଳିତବର୍ଷର ସମସ୍ତ କାର୍ଯ୍ୟକ୍ରମ ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଆୟୋଜନ କରାଯାଇଥିଲା । କୋଭିଡ଼ ମହାମାରୀ ସମୟରେ ରୁଚିର ପ୍ରତ୍ୟେକ ବିଭାଗୀୟ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଓଡ଼ିଶାବାସୀଙ୍କ ପାଖରେ ଖାଦ୍ୟ ଓ ମସଲା ପହଞ୍ଚାଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ପରିଚାଳନା ନିର୍ଦ୍ଦେଶକ  । ଏତଦ୍ ବ୍ୟତୀତ ସମସ୍ତେ ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଚଳିତବର୍ଷ ରୁଚି ପରିବାର ପକ୍ଷରୁ ତିନିଜଣ ପୂର୍ବତନ ସେନାନୀ (ଏକ୍ସ ଆର୍ମି) ମାନଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସୁବେଦାର ମେଜର ଅଜୟ କୁମାର ପ୍ରଧାନ, ସବ୍ ମେଜର ଦୀପକ ବେହେରା ଏବଂ ନାଏକ ମାନସରଂଜନ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ , ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଦେଶର ଜୱାନ ଓ କିଷାନ୍ମାନଙ୍କୁ ଏହିଭଳି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା କରିଥିଲେ ନିଦେ୍ର୍ଧଶକ ଅରବିନ୍ଦ ସାହୁ । ଉଭୟ ଭାରତ ମାଆ ଓ ରୁଚି ମାଆର ସେବା କରିବା ସହ ଅନେକ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ ନିଦେ୍ର୍ଧଶିକା ସଲିନା ସାହୁ । ଅନୁଷ୍ଠିତ  ମାର୍ଚ୍ଚ ଫାଷ୍ଟରେ ରୁଚିର ସମସ୍ତ ସୁରକ୍ଷା କର୍ମୀ ଭାଗ ନେଇଥିଲେ । 

କାର୍ଯ୍ୟକ୍ରମକୁ ଉଲ୍ଲାସ ଚନ୍ଦ୍ର ବେହୁରା ଉପସ୍ଥାପନା କରିଥିବା ବେଳେ ରୁଚିର ବରିଷ୍ଠ  ସୂଚନା ଅଧିକାରୀ ଡ଼. ନିହାର ରଂଜନ ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରୁଚି ଉଦ୍ୟୋଗର ମାର୍କେଟିଂ ବିଭାଗର ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ପଟ୍ଟନାୟକ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ବିଜିନେସ୍ ଡେ଼ଭେଲପମେଣ୍ଟ ଅଫିସର ମାନସ ରଂଜନ ବେହେରା, ଲକ୍ଷ୍ମୀଧର ବିଶ୍ୱାଳ, ସୂର୍ଯ୍ୟକାନ୍ତ ସାହୁ, ନବକୃଷ୍ଣ ଦାସ ଅଧିକାରୀ ପ୍ରମୁଖ ପରିଚାଳନା କରିଥିଲେ । ହ୍ୱାଇଟ କାନ୍ଭାସ ଇଭେଣ୍ଟସ୍ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଇଥିଲା । 

 

0
0
0
s2sdefault