"ରକ୍ତ ଅଭାବରୁ କେହିବି ମୃତ୍ୟୁ ବରଣ କରିପାରିବେ ନାହିଁ - ଡା .ପ୍ରଫୁଲ୍ଲ କୁମାର ରଥ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ସହଯୋଗ ସେବା " ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୪୦ ୟୁନିଟ୍ ରକ୍ତ ସଂଗ୍ରହ । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମାଁ ମଙ୍ଗଳା କଲ୍ଯାଣ ମଣ୍ଡପ ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସହଯୋଗ ସେବା " ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ଧିରୋଜ ଚୋପଦାର,  ବିଡିଓ ମୋତିଲାଲ ସୁଲିଆ, ତହସିଲଦାର ରଞ୍ଜନ କୁମାର ପରିଡା,  କନିଷ୍ଠ ଯନ୍ତ୍ରୀ ବିନିତ୍ ଲାକ୍ରା,  ପୂର୍ବତନ ଜିଲା ଶିକ୍ଷା ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ରଥ ଓ ଶିକ୍ଷାବିତ୍ ମନୋରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ରକ୍ତ ଦାନ ଉପରେ ଆଲୋକପାତ କରିଥିଲେ । ସମସ୍ତ ରକ୍ତ ଦାତା ହେଲେ ଗୋବିନ୍ଦ ବୁଡେକ, ମନୋଜ କୁମାର ଝାଙ୍କର, ଦେବେନ୍ଦ୍ର ବାରିକ, ପପୁନ କାଣ୍ଡ,  ଦିଲ୍ଲୀପ ମହାଲିକ, ରଞ୍ଜନ କୁମାର ପଧାନ, ଶୃତିସରୁପା ନାଏକ, କାଳନ୍ଦିନୀ ପତି, ଦୀପାଞ୍ଚଳୀ ପତି,  ସୁଶାନ୍ତ ଦାସ, ରବି କବାଟ, ଶୁଭ୍ରାନ ବେହେରା, ସୁନିଲ ପଧାନ, ସିଦ୍ଧାନ୍ତ ଦାସ,  ରମାକାନ୍ତ ହରିପାଲ,  ସୁଶାନ୍ତ ପଣ୍ଡା, ପ୍ରଦିପ ଚାନ୍ଦ, ଦିପକ ପଧାନ, ଅକ୍ଷୟ ଚାନ୍ଦ ,ଗୋପାଲ ବାରିକ, ରତନ ସାହୁ, ସଞ୍ଜିବ ଅଗ୍ରୱାଲ, ପଦ୍ମଲୋଚନ ହାତୀ, ତପନ ନାଏକ, ପିୟୁଷ ଅଗ୍ରୱାଲ, ସବିତା ପତୀ, ସୁବେନ୍ଦୁ ଚାନ୍ଦ,ମନୋରଞ୍ଜନ ଦାସ, ଅନୁପ ସାହୁ, ଇତିଶ୍ରୀ ପୂଜାରୀ, ଝଗୁରୁ ହାତୀ ,ପ୍ରକାଶ ପଧାନ, ପ୍ରଶାନ୍ତ ସାହୁ, ଶିବାଶିଷ ପାଣିଗ୍ରାହୀ, ଦେବରାଜ ପୁରୋହିତ, ଟିଟୁ ପଣ୍ଡା, ମନୋରଞ୍ଜନ ମେହେର, ଓ ନବାରୁଣ ଦେବଦତ୍ତ ଶତପଥୀ ପ୍ରମୁଖ ରକ୍ତ ଦାତା ମାନଙ୍କୁ ଅତିଥିଗଣ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବୀରମହାରାଜପୁର ଡାକ୍ତରଖାନା ର ଡାକ୍ତର ବିଶ୍ବନାଥ ରଥ  ସୁବର୍ଣ୍ଣପୁର ଜିଲ୍ଲା ବ୍ଲଡ୍ ବ୍ୟାଙ୍କ୍ ର  କର୍ମଚାରୀ ଟିଟୁ ଭୋଇ, ଜଗତ ଦରୁଆନ, ଯୁଧିଷ୍ଠିର ନାଏକ ଓ ସୁନିଲ ମହାନ୍ତି ସାମିଲ ଥିଲେ । "ସହଯୋଗ ସେବା " ଅନୁଷ୍ଠାନ ର ସଭାପତି ନବାରୁଣ ଦେବଦତ୍ତ ଶତପଥୀ ସଭାପତିତ୍ବ କରିଥିବା ବେଳେ ଅରବିନ୍ଦ ରଣା ସଭା ସଂଯୋଜନା କରିଥିଲେ । ସଂପାଦକ ପ୍ରକାଶ ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ । ଟିଟୁ ପଣ୍ଡା, ଶୁଭେନ୍ଦୁ ଚାନ୍ଦ୍ ,ଭକ୍ତରାମ ପଧାନ, ସୁଶାନ୍ତ ପୁରୋହିତ, ପିୟବ୍ରତ ପୁରୋହିତ ଓ ଶିବରାମ ବେହେରା ପ୍ରମୁଖ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ । ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାର ବ୍ଲଡ୍ ବ୍ୟାଙ୍କ୍ କାର୍ଯ୍ୟକ୍ଷମ ପାଇଁ ଉପଜିଲ୍ଲାପାଳ ଓ ବିଡିଓଙ୍କୁ "ସହଯୋଗ ସେବା "ସଂଗଠନ ର ସଭ୍ୟମାନେ ଅଭିଯୋଗ କରିଥିଲେ ।

0
0
0
s2sdefault