ବୟୋଜ୍ୟେଷ୍ଠ କର୍ମୀଙ୍କୁ ଭେଟି ଭଲମନ୍ଦ ବୁଝିଲେ ବିଧାୟକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜୁ ଜନତା ଦଳର ବୟୋଜ୍ୟେଷ୍ଠ କର୍ମୀ ଶ୍ରୀ ଗୋର୍ଷା ରଣା । ଆଜି ତାଙ୍କୁ ବୟାନବେ ବର୍ଷ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମର ନିବାସୀ ଶ୍ରୀ ରଣା ବିଜୁ ଜନତା ଦଳର ଜଣେ ପୁରୁଣା କର୍ମୀ ।  ପଦ୍ମପୁରର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଶ୍ରୀ ରଣାଙ୍କୁ ଭେଟିବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ବାବଦରେ ପରିବାର ଲୋକଙ୍କୁ ପଚାରି ବୁଝିଥିଲେ । ଶ୍ରୀ ରଣାଙ୍କର ପୁଅ ଶ୍ରୀ ଦିଲୀପ ରଣା ବିଧାୟକଙ୍କୁ ଶ୍ରୀ ରଣା ଙ୍କର ସ୍ୱାସ୍ଥ୍ୟ ବାବଦରେ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ରଣା ବର୍ତ୍ତମାନ ଭଲଭାବରେ ଶୁଣି ପାରୁନାହାନ୍ତି କି ଠିକ ଭାବରେ ଚଲବୁଲା କରି ପାରୁନାହାନ୍ତି । ଶ୍ରୀ ରଣା ଆରମ୍ଭରୁ ଅଣ କଂଗ୍ରେସ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରି ଆସିଛନ୍ତି । ନିଜର ଶରୀର ଅସୁସ୍ଥ ଥିବା ସତ୍ତ୍ୱେ ଶ୍ରୀ ରଣା ଜାମସେଠ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା କଥା ବିଧାୟକ ଙ୍କୁ କହିଥିଲେ ଓ ଅନ୍ତତଃ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତ କରିବା ପାଇଁ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ । ଜାମସେଠ ଡାକ୍ତର ଖାନାରେ ଡାକ୍ତର ନିଯୁକ୍ତି ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ବିଧାୟକ , ଏହା ସହିତ ମାଣ୍ଡୋସିଲି ଓ ଜାମସେଠ ଡାକ୍ତରଖାନାର ଭିତ୍ତିଭୂମିର ବିକାଶ ପାଇଁ କଣ କଣ ଆବଶ୍ୟକ ରହିଛି ଏହାର ଏକ ପ୍ଲାନ ପ୍ରସ୍ତୁତ କରିବାକୁ କହିଥିଲେ ।ଏ ଅଞ୍ଚଳରେ  ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳର ମୂଳଦୁଆ ପକାଇଥିବା ଶ୍ରୀ ରଣା ଙ୍କର ଦୀର୍ଘାୟୁ କାମନା କରିଛନ୍ତି ବିଧାୟକ।

      ଜାମସେଠ ଯିବା ପୂର୍ବରୁ ବିଧାୟକ ମାଣ୍ଡୋସିଲି ଯାଇ  ଆଉ ଜଣେ ପୁରୁଖା କାର୍ଯ୍ୟକର୍ତ୍ତା ଶ୍ରୀ ଶୋପ ସିଂ ଡନସନାଙ୍କୁ ସାକ୍ଷାତ କରିଥିଲେ । ୮୯ ବର୍ଷୀୟ ଶ୍ରୀ ଡ଼ନସନା ମଧ୍ୟ ଅଣକଂଗ୍ରେସ ରାଜନୀତିରେ ସମ୍ପୂର୍ଣ୍ଣ ପରିବାର ସହିତ ନିୟୋଜିତ ଥିଲେ । ଆଜି ମଧ୍ୟ  ମାଣ୍ଡୋସିଲ ଅଂଚଳରେ ଏହି ପରିବାର ବିଜୁ ଜନତା ଦଳ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ । ଦିନଥିଲା ଏହି ପରିବାରକୁ ଗ୍ରାମରୁ କେବଳ ଏହି କାରଣ ପାଇଁ ବାସନ୍ଦ କରାଯାଇଥିଲା ଯେ ସେମାନେ ଅଣ କଂଗ୍ରସ ରାଜନୀତିକୁ ପ୍ରୋତ୍ସାହିତ କରୁଛନ୍ତି । 

ଏଠାରେ ସୂଚନାଯୋଗ୍ୟ ଯେ ପ୍ରବାଦ ପୁରୁଷ ବିଜୁ ବାବୁ ଏହି ଅଞ୍ଚଳକୁ ଆସିଥିବା ସମୟରେ ଶ୍ରୀ ଡନସନାଙ୍କର ଘରକୁ ଆସି ତାଙ୍କର ଆତିଥ୍ୟ ସ୍ୱୀକାର କରିଥିଲେ ।  ବିଜୁ ଜନତା ଦଳକୁ ଯେଉଁ କେତେଜଣ ଆରମ୍ଭରୁ ନିଃସ୍ୱାର୍ଥପର ସମର୍ଥନ  ଦେବା ସହିତ ଅପ୍ରାଣ ସହଯୋଗ କରି ଆସୁଛନ୍ତି ସେମାନଙ୍କର ଭିତରେ ଶ୍ରୀ ଗୋର୍ଷା ରଣା ଓ ଶ୍ରୀ  ଶୋପ ସିଂ ଡନସନା ଅନ୍ୟତମ ଏଥିରେ ସନ୍ଦେହ ନାହିଁ ।  ବିଧାୟକ  ଶ୍ରୀ ଡନସନା ପଦ୍ମପୁର ଆର ବି ହାଇ ସ୍କୁଲରେ ୧୯୫୧  ମସିହାରେ ପଢିଥିବା ପ୍ରମାଣ ପତ୍ର ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ । ଶ୍ରୀ ଡନସନା ଙ୍କର ସହିତ ବିଧାୟକ ପଦ୍ମପୁର ଓ  ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଉଭୟ ବରିଷ୍ଠ କର୍ମକର୍ତ୍ତା ଙ୍କୁ ଭେଟି ବିଧାୟକ ଅତ୍ୟନ୍ତ ଖୁସି ପ୍ରକଟ କରିବା ସହିତ ଏହି ଅଂଚଳରେ ନିଜର ଜୀବନକୁ ବାଜି ଲଗେଇ ବିଜୁ ବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ମୂଳଦୁଆ ପକାଇଥିବା ଏହି ଦୁଇ ବରିଷ୍ଠ କର୍ମକର୍ତ୍ତା ଙ୍କର ସ୍ଵସ୍ଥ ଏବଂ ଦୀର୍ଘାୟୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । 

0
0
0
s2sdefault