ହେଡଲାଇନସ୍:

ଅଭିଲେଖାଗାରର କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ : ମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆନ୍ତର୍ଜାତିକ ଅଭିଲେଖାଗାର ଦିବସ 

09-06-18-state-archives-tha.jpg - 49.31 kB

 ଓଡ଼ିଶା ରାଜ୍ୟ ଅଭିଲେଖାଗାର ଅନେକ କାର୍ଯ୍ୟକ୍ରମକୁ ସଫଳ ଭାବରେ ସଂପାଦନ କରିଥିବା ବେଳେ ଏହାର ଭବିଷ୍ୟତ କାର୍ଯ୍ୟକ୍ରମକୁ ଅଧିକ  ବ୍ୟାପକ କରାଯିବା ପାଇକ ବିଦ୍ରୋହ ଓ ନଅଙ୍କ ଦୁର୍ଭିକ୍ଷ ପରି ଐତିହାସିକ ଘଟଣା ଉପରେ ମୂଲ୍ୟବାନ ପ୍ରକାଶନ ପ୍ରସ୍ତୁତି ସହିତ ଶ୍ରୀଜଗନ୍ନାଥ ସଡ଼କରେ ରହିଥିବା  ବିଭିନ୍ନ କିର୍ତ୍ତୀରାଜି ଉପରେ "ଇନ୍ଟାକ୍' ସହ ଅଭିଲେଖାଗାର ମିଳିତ ଭାବରେ କାର୍ଯ୍ୟ କରୁଛି ଓ ଚଳିତ ଘଟଣାବଳୀ ନେଇ ଏହା ତୁଳନାତ୍ମକ ଭାବରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରିବ ବୋଲି  ଆନ୍ତିର୍ଜାତିକ ଅଭିଲେଖାଗାର ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ  ଯୋଗଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି `|

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍ ବାଲକ୍ରିଷ୍ଣନ ବିଶିଷ୍ଟ ଅତିଥି  ଭାବେ ଯୋଗଦେଇ ଇତିହାସର ଅନୁସନ୍ଧାନ କ୍ରମେ ଉତ୍ତରପିଢ଼ିଙ୍କ ପାଇଁ ବିଭିନ୍ନ ତଥ୍ୟମୂଳକ ଉପାଦାନ ପ୍ରସ୍ତୁତି ସହିତ ଏହାକୁ ସଂରକ୍ଷଣ କରିବାର ଦାୟିତ୍ୱ ଅଭିଲେଖାଗାରର ରହିଛି ବୋଲି ଉଲ୍ଲେଖ କରିଥିଲୋ ସେ କହିଥିଲେ  ଯେ ଇତିହାସକୁ ଲିଖିତ  ଭାବରେ ସୁରକ୍ଷିତ ରଖିବାର  ଅଭ୍ୟାସ ଆରମ୍ଭ ହେବା ଉଚିତ |  ଫଳରେ ଜ୍ଞାତ-ଇତିହାସର ପରିସର ବୃଦ୍ଧି ପାଇବ ବୋଲି ଶ୍ରୀ ବାଲକ୍ରିଷ୍ଣନ କହିଥିଲେ |

 ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ  ସର୍ବେକ୍ଷଣ ବିଭାଗର ପ୍ରାକ୍ତନ ଅଧୀକ୍ଷଣ ଅଧିକାରୀ  ଡ. ଜୀବନ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି  ଭାବରେ ଯୋଗଦେଇ "ଅଭିଲେଖ: ସଂସ୍କୃତି, ଐତିହ୍ୟ ଏବଂ କାର୍ଯ୍ୟନିର୍ବାହ' ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ |  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ୧୯୪୮ ମସିହା ଜୁନ ୯ ତାରିଖରେ ସାରା ବିଶ୍ୱର ବିଭିନ୍ନ ଦେଶର ଅଭିଲେଖାଗାର କର୍ତ୍ତୃପକ୍ଷମାନଙ୍କର ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ୨୦୦୪ରୁ ସେହିଦିନଟିକୁ ଆନ୍ତର୍ଜାତିକ ଅଭିଲେଖାଗାର ଦିବସ ରୂପେ ପାଳନ କରାଯାଇ ଅଭିଲେଖ ସମ୍ବଳର ସଂରକ୍ଷଣ ସଂପର୍କିତ ସଚେତନତା ପ୍ରସାର ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛିା

 ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ  ବିଜୟ କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲ | ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଓ ଅନୁଷ୍ଠାନ ସମ୍ବନ୍ଧୀୟ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲାା  ଆର୍ନଟ୍ ରିପୋର୍ଟ ଓ ଆର୍କାଇଭାଲ ବୁଲେଟିନ୍ ନାମରେ ଦୁଇଟି ପୁସ୍ତକ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ତଥା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା | ଏହା ବ୍ୟତୀତ ପୁସ୍ତକର ସଂପାଦନା ମଣ୍ଡଳୀ ସଦସ୍ୟ ମହେଶ ପ୍ରସାଦ ଦାସ, ଅଶୋକ ପଟ୍ଟନାୟକ, ଡ. ଜୀବନ ପଟ୍ଟନାୟକ, ବିବେକାନନ୍ଦ ଦାସ ଓ ପୂର୍ବତନ ସଂଗ୍ରହାଧ୍ୟକ୍ଷ କିଶୋର କୁମାର ମହାପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲାା 

 

0
0
0
s2sdefault