ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ଭୋଟର ଦିବସ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ନିଡାମ୍ବର ଭାବେ ପାଳିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ “ମତଦାତାଙ୍କ ସଂକଳ୍ପ” ପତ୍ରକୁ ଉପସ୍ଥିତ ଶିକ୍ଷକ ଓ ଅଣଶିକ୍ଷକ , କର୍ମଚାରୀ ଏବଂ ଛାତ୍ରୀମାନଙ୍କୁ ପାଠ କରାଇଥିଲେ । ସେହିଭଳି ସେବା ଯୋଜନା ଅଧିକାରୀ ଡ.ଭାରତୀ ପାଣିଗ୍ରାହୀ ମଧ୍ୟ ଜାତୀୟ ଭୋଟର ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଶେଷରେ ଯୁବ ରେଡ୍କ୍ରସ୍ ସଂଯୋଜିକା ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର ,ଏଲ୍.ଦୁର୍ଯୋଧନ,ଏଲ୍.ଅଶୋକ ପରିଚାଳନା କରିଥିଲେ ।