ସମଲେଶ୍ବରୀ ମନ୍ଦିର ଉନ୍ନୟନ  କାର୍ଯ୍ୟ ପାଇଁ  ଘର ଉଚ୍ଛେଦ ହେଉଥିବା ବିସ୍ଥାପିତ ଲୋକଙ୍କ ବିରୋଧ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ  ବିଶ୍ବାଳ - ସମ୍ବଲପୁର ର ଅଧିଷ୍ଟାତ୍ରି ଦେବୀ ମାଁ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟା ଖୁବଶୀଘ୍ର ଆରମ୍ଭ କରାଯିବ । ଏନେଇ ରାଜ୍ୟ 5t ସଚିବ ଙ୍କ ନେତୃତ୍ବରେ ରେ ଏକ ୫ ଜଣିଆ ଟିମ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରି ସମିକ୍ଷା ମଧ୍ୟ କରି ସାରିଛନ୍ତି । ତେଣେ ମନ୍ଦିର ଆଖପାଖ ଅଞ୍ଚଳର ଉନ୍ନତିକରଣ କାର୍ଯ୍ୟ ପାଇଁ ବିସ୍ଥାପିତ ହେବାକୁ ଥିବା ଳୋକେ ବର୍ତ୍ତମାନ ସରକାରଙ୍କ ବିସ୍ଥାପିତଙ୍କ ପାଇଁ ଥିବା ଥଇଥାନ ନିତି କୁ ବିରୋଧ କରୁଛନ୍ତି । ଏନେଇ ବିସ୍ଥାପିତ।ହେବାକୁ ଥିବା ଘୁନଘୁଟି ପଡାର ବାସିନ୍ଦାମାନେ ସିଧାସଳଖ ପ୍ରସାସନର ବିସ୍ଥାପନକୁ ବିରୋଧ କରିଛନ୍ତି । ସେମାନେ ଜିଲ୍ଲା ପ୍ରସାସନକୁ ଜଣାଇଛନ୍ତି ଯେ ମନ୍ଦିର ପାରଶ୍ୱ।ରିକ ଅଞ୍ଚଳର ବିକାଶ ପାଇଁ ଯେଉଁ ଅଞ୍ଚଳ ବିସ୍ଥାପିତ ହେବ ସେଥିରେ ଘୁନଘୁଟି ପଡା ରହିଛି । ଘୁନଘୁଟି ପଡାର ୨୦୦ ପରିବାରଙ୍କୁ ବିସ୍ଥାପନ କରିବାପାଇଁ ପ୍ରସାସନ ନିଷ୍ପତ୍ତି ନେଇଛି । ତେବେ ବିସ୍ଥାପିତ ଲୋକଙ୍କ ପାଇଁ ପ୍ରଶାସନ ସହର ବାହାରେ ଥିବା ମନ୍ଦଳିଆ,ଦୁର୍ଗା ପାଲି, ପରଧିଆପାଳି, ଚାଉଁରପୁରରେ ଘର ପାଇଁ ସ୍ଥାନ ଦେବାକୁ କହୁଛି । ଏହାକୁ ନେଇ ଘୁନଘୁଟି ପଡା ବାସିନ୍ଦା ବିରୋଧ କରୁଛନ୍ତି । ସେମାନେ କହିଛନ୍ତି ଯେ ସେମାନଙ୍କୁ ଘୁନଘୁଟି ପଡା ନିକଟରେ ଥିବା ଫିସରି ବନ୍ଧ ନିକଟରେ ଘର ତିଆରି ପାଇଁ ଜମି ଦିଆଯାଉ । ମନ୍ଦିର  ଉନ୍ନୟନ କାର୍ଯ୍ୟ ପାଇଁ ସେମାନେ ବିସ୍ଥାପିତ ହେବାକୁ ପ୍ରସ୍ତୁତ | ତେବେ ସେମାନଙ୍କୁ ବିସ୍ଥାପିତ କରି ସହର ବାହାରେ ଘରତିଆରି କରିବାକୁ ଜାଗା ଦେଲେ ସେମାନଙ୍କ ପାଇଁ ସମସ୍ୟା ହେବ । ଏନେଇ ବିସ୍ଥାପିତ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବିସ୍ଥାପିତଙ୍କୁ ଥଇଥାନ ନେଇ ମୁହାଁମୁହିଁ ପରିସ୍ଥିତି ସୄଷି ହୋଇଛି । ତେବେ ଆଗକୁ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ବସ୍ତି ଉଚ୍ଛେଦ ହେଉଥିବା ବିସ୍ଥାପିତ ଙ୍କୁ କିଭଲି ଥଇଥାନ କରାଯିବ ତାହା ପ୍ରଶାସନ ପାଇଁ ବଡ ଚାଲେଞ୍ଜ ହେବ ।

0
0
0
s2sdefault