ହେଡଲାଇନସ୍:

ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଘନଶ୍ୟାମ ଗୁରୁଙ୍କ ବିୟୋଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-06-18-sanskrit.jpg - 42.91 kB

ବଲାଙ୍ଗିର(ନିରୋଜ ମିଶ୍ର)  ବଲାଙ୍ଗିର ସହରର ରାମେଶ୍ୱର ନଗର ପଡାର ଘନଶ୍ୟାମ ଗୁରୁଙ୍କ ବିୟୋଗ ହୋଇଯାଇଛି । କର୍କଟ ରୋଗରେ ବମ୍ବେ ସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରିବାର ଲୋକେ ତାଙ୍କୁ ଚିକିତ୍ସା  କରୁଥିଲେ । ପରେ ତାଙ୍କୁ  ରାମେଶ୍ୱର ନଗରର ବାସ ଭବନକୁ ଆଣା ଯାଇଥିଲା ।  ତାଙ୍କର  ପୁଅ ଦେବାଶିଷ ଗୁରୁ ସ୍ୱର୍ଗତ ଗୁରୁଙ୍କୁ ମୁଖାଗ୍ନି ଦେଇଥିଲେ ।

 ତାଙ୍କ ବିୟୋଗରେ ମହୀମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ, ପୁରାତନ ଛାତ୍ର ଛାତ୍ରୀ ଓ ଆତ୍ମୀୟ ସ୍ୱଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଉକ୍ତ ଅଂଚଳରେ ତାଙ୍କର ବେଶ ସୁନାମ ଥିଲା । ମହୀମୁଣ୍ଡା ହାଇସ୍କୁଲରେ ଫେବୃୟାରୀ ମାସ ୧୯୭୮ ମସିହାରେ ଯୋଗ ଦେଇଥିଲେ । ଦୀର୍ଘ ୩୫ ବର୍ଷ ଚାକିରୀ ଜୀବନ ସମାପ୍ତି ପରେ ଏପ୍ରିଲ ୨୦୧୩ ମସିହାରେ ଅବସର ନେଇଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବଲାଙ୍ଗିର ଜିଲ୍ଲା ତଥା ସହରର ଶତାଧିକରୁ ଅଧିକ ଲୋକ ଉପସ୍ଥିତ ଥିଲେ । ତାଙ୍କୁ ବିଭୁତି ପାଡା ସ୍ଥିତ ସ୍ମଶାନରେ ତାଙ୍କର ଶବ ଦାହ ହୋଇଥିଲା । 

0
0
0
s2sdefault