ଗ୍ରାମ୍ୟ ପାଣ୍ଠିରୁ ଗ୍ରାମର ସେବାଶ୍ରମ ସ୍କୁଲକୁ ଲୋକେ ଦେଲେ ଏକ ଲକ୍ଷ ଟଙ୍କା ଅନୁଦାନ
ପାଇକମାଲ :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଲୋକଙ୍କୁ ସ୍କୁଲ ସହିତ ପ୍ରତ୍ୟକ୍ଷ ଭାବରେ ଯୋଡିବା ପାଇଁ ଏକ ସୁନ୍ଦର ଯୋଜନା ଆରମ୍ବ କରିଥିଲେ ମୋ ସ୍କୁଲ । ମୁଖ୍ୟ ଉଦେଶ୍ୟ ଥିଲା ସ୍କୁଲରେ ପାଠ ପଢିଥିବା ପୂର୍ବତନ ଛାତ୍ର ମାନଙ୍କୁ ପୁନର୍ବାର ସ୍କୁଲ ସହିତ ଯୋଡି ସ୍କୁଲର ଉନ୍ନୟନ ମୂଳକ କାର୍ଯରେ ସହଭାଗୀ କରିବା । ଏହି ଯୋଜନା ର ସୁଫଳ ମଧ୍ୟ ଦେଖିବାକୁ ମିଳିଛି । କେଉଁଠି କଣ ହେଉଥିବା କେଜାଣି, ଅନେକସ୍ଥାନରେ ସ୍କୁଲ ପ୍ରତି ଆତ୍ମିୟତା ବଢ଼ାଉଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା "ମୋ ସ୍କୁଲ ଅଭିଯାନ" | ନିଜ ସ୍କୁଲକୁ ବା ନିଜ ଗାଁ ସ୍କୁଲକୁ ମୁହଁ ଫେରାଇ ଚାହିଁବାର ଆଉ ତା ସହିତ ଯୋଡିହେବାର ସୁଯୋଗ ଟିକିଏ ଆଣିଦେଇଛି ଏହି ଅଭିଯାନ | ପୁରାତନ ଛାତ୍ର ମାନେ ଆଗେଇ ଆସି ନିଜ ନିଜ ସ୍କୁଲର ଉନ୍ନତିରେ ସହଭାଗୀ ହୋଇଛନ୍ତି । ଆଜି ପାଇକମାଲ ବ୍ଲକ ର ଚୁହାପାଲି ଗ୍ରାମରେ ଦେଖଗିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ଚୁହାପାଲି ଗ୍ରାମବାସୀ । ଆଜି ଗ୍ରାମବାସୀ ମାନେ ନିଜର ଗ୍ରାମ୍ୟ ପାଣ୍ଠିରୁ ଗ୍ରାମର ସେବାଶ୍ରମ ସ୍କୁଲକୁ ଏକ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଚୁଡାମଣି ବାରିକ , ଶ୍ରୀ ଜନକ ଲାଲ ମେହେର , ଶ୍ରୀ ମହାଦେବ ବେହେରା , ଶ୍ରୀ ଡୋଲାମଣି ମହାର ଙ୍କର ଉପସ୍ଥିତ ରେ ଗ୍ରାମବାସୀ ମାନେ ଉପଜିଲ୍ଲାପାଳ ଙ୍କୁ ସ୍କୁଲର ଉନ୍ନତି ପାଇଁ ଏହି ଅର୍ଥ ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବାରିକ ଓ ତାଙ୍କର ସହକର୍ମୀ ମାନେ ବିଗତ ଦିନରେ ଚୁହାପାଲି ଗ୍ରାମରେ ଏକ ବୈଠକ କରି ଗ୍ରାମବାସୀ ଙ୍କର ସହିତ ସ୍କୁଲର ଉନ୍ନତି ପାଇଁ ଆଲୋଚନା କରିଥିଲେ । ଶ୍ରୀ ବାରିକ ଓ ତାଙ୍କର ସହକର୍ମୀ ମାନଙ୍କର କଥାରେ ସହମତ ହୋଇ ଗ୍ରାମବାସୀ ମାନେ ଏହି ମହାନ ନିଷ୍ପତ୍ତି ନେଇଥିଲେ । ଏହିଭଳି ମହାନ ନିଷ୍ପତ୍ତି ନେଇଥିବାରୁ ଉପଜିଲ୍ଲାପାଳ ଗ୍ରାମବାସୀ ମାନଙ୍କୁ କୃତନଜ୍ଞତା ଜଣାଇ ଛୁଆ ମାନଙ୍କୁ ସ୍କୁଲ ଖୋଲିବା ପରେ ନିୟମିତ ଭାବରେ ସ୍କୁଲ କୁ ପଠେଇବା ପାଇଁ ଅନୁରୋଧ କରିଥିଲେ ।