ହେଡଲାଇନସ୍:

ଜିଲ୍ଲାକୁ ଆଉ ୩୦ ଲକ୍ଷ କ୍ବିଣ୍ଟାଲ ଧାନକିଣା ଟାର୍ଗେଟ ଦେବାକୁ ଦାବି କଲେ କଲିକେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏପଟେ ଚାଷୀଙ୍କ ପାଖରେ ଟୋକନ ଅଛି, ସେପଟେ ଜିଲ୍ଲାର ଟାର୍ଗେଟ ସରିଯାଇଛି 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ୩୦ଲକ୍ଷ କ୍ବିଣ୍ଟାଲ ଧାନ କିଣାଯାଇଛି । କିନ୍ତୁ  ଚାଷୀଙ୍କ ପାଖରେ ବହୁ ପରିମାଣରେ ଧାନ ରହିଛି । ତେଣୁ ଜିଲ୍ଲାକୁ ଆଉ ୩୦ ଲକ୍ଷ କ୍ବିଣ୍ଟାଲ ଧାନକିଣା ଟାର୍ଗେଟ ଦେବାକୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଖାଦ୍ୟ ଓ ଯୋଗାଣ. ମନ୍ତ୍ରୀଙ୍କ ସହିତ ଆଲୋଚନା କରି  ଚାଷୀଙ୍କ ସୁବିଧା ପାଇଁ ମନ୍ତ୍ରୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଶ୍ରୀ ସିଂଦେଓ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ୨୦୧୯-୨୦ ଖରିଫରେ ବଲାଙ୍ଗୀର ଜିଲ୍ଲାରେ ୪୮ ହଜାର ଚାଷୀ ପଞିକରଣ କରିଥିଲେ ଓ ୩୩ହଜାର କ୍ବିଣ୍ଟାଲ ଧାନକିଣା ଯାଇଥିଲା । କିନ୍ତୁ ଚଳିତ ବର୍ଷ ୬୬୮୬୩ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞିକରଣ କରିଛନ୍ତି । ଏପଟେ ଚାଷୀଙ୍କ ପାଖରେ ଟୋକନ ଥିବା ବେଳେ ଜିଲ୍ଲାର ଟାର୍ଗେଟ ସରିଯାଇଛି । ତେଣୁ ଚାଷୀ ଙ୍କ ସ୍ବାର୍ଥ ଦୃଷ୍ଟିରୁ ବଲାଙ୍ଗୀର ଜିଲ୍ଲାକୁ ଆଉ ଅନ୍ୟୁନ ୩୦ଲକ୍ଷ କ୍ବିଣ୍ଟାଲ ଧାନକିଣା ଟାର୍ଗେଟ ଦିଆଯିବାକୁ ଦାବି କରିଛନ୍ତି । ଏହି ଦାବିକୁ ବିଚାର କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା  କଳିକେଶ କହିଛନ୍ତି ।

0
0
0
s2sdefault