ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଡଃ ଗୋପବନ୍ଧୁ ଦାସଙ୍କ ‘ଛାଇର ଶଦ୍ଦ’ ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଡଃ ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ଛାଇର ଶଦ୍ଦ’ କୁ ଲୋକାର୍ପିତ କରିଛନ୍ତି। ଏଥିରେ ୮୩ଟି କବିତା ସ୍ଥାନିତ ହୋଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ସହିତ ଏହି କବିତାରେ ରହସ୍ୟମୟ ଅତିନ୍ଦ୍ରୀୟ ଭାବଜଗତ ଭିତରେ ଜୀବନର ବୈଚିତ୍ର୍ୟକୁ ପ୍ରତିଫଳିତ କରିବାରେ କବି ଡଃ ଗୋପବନ୍ଧୁ ସଫଳ ହୋଇଛନ୍ତି। ସେହିପରି ଶ୍ରୀ ସରୋଜ କୁମାର ସାହୁଙ୍କ ଦ୍ବାରା ରଚିତ ଗଳ୍ପଗୁଚ୍ଛ ‘ସୂର୍ଯ୍ୟାସ୍ତ ପୂର୍ବରୁ’ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ଏଥିରେ ୩୦ଟି ଗଳ୍ପ ସ୍ଥାନିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଭୟ ଲେଖକଙ୍କୁ ଅଭିନନ୍ଦନ ଜଣଇବା ସହ ପୁସ୍ତକ ଦୁଇଟି ପାଠକୀୟ ଆଦର ଲାଭ କରିବ ବୋଲି ଆଶା କରିଥିଲେ।

0
0
0
s2sdefault