ହେଡଲାଇନସ୍:

ନେତାଜୀ ଜୟନ୍ତୀରୁ ବିଜୁବାବୁଙ୍କ ଶ୍ରାଦ୍ଧତିଥି ଯାଏ ଓଡିଶା ମୋ ପରିବାର- ଜୀବନ ବିନ୍ଦୁ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଓଡିଶା ମୋ ପରିବାର ପକ୍ଷରୁ  ରାଜ୍ୟର ପ୍ରମୁଖ ଚିକିତ୍ସାଳୟଠାରେ ଖୋଲାଯିବ ହେଲ୍ପ ଡେସ୍କ

  • ରକ୍ତଦାନ ପାଇଁ ସ୍ୱତନ୍ତ୍ର ଅଭିଯାନ, ୩୩ହଜାର ୟୁନିଟ୍  ସର୍ବନିମ୍ନ ରକ୍ତ ସଂଗ୍ରହର ଲକ୍ଷ୍ୟ 

ଭୁବନେଶ୍ୱର,: ଓଡ଼ିଶା-ମୋ ପରିବାର ତରଫରୁ ଜୀବନବିନ୍ଦୁ ରକ୍ତଦାନ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ଏପ୍ରିଲ ୧୭ ବିଜୁ ବାବଙ୍କୁ ଶ୍ରାଦ୍ଧ ତିଥି ପର୍ଯ୍ୟନ୍ତ ଏକ ସ୍ୱତନ୍ତ ଅଭିଯାନ ଜରିଆରେ କାଲିଠାରୁ ଆରମ୍ଭ ହେଉଛି । ଏଥିପାଇଁ ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କ ଆବାହକତ୍ତ୍ୱରେ ଓଡିଶା -ମୋ ପରିବାର ଦାୟିତ୍ୱରେ ଥିବା ବିଜେଡି  ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଜେଡି ସାଧରଣ ସଂପାଦକ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଓଡ଼ିଶା-ମୋ ପରିବାର ସଭ୍ୟମାନଙ୍କ ଏକ ବୈଠକରେ ଚୂଡାନ୍ତ  ରୂପରେଖ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଧାର୍ଯ୍ୟ କରାଯାଇଛି । ଏହି ସମୟଅବଧିରେ  ବର୍ଷକର ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୟୁନିଟର  ଏକ ତୃତୀୟାଂଶ ପ୍ରାୟ ୩୩ହଜାର ୟୁନିଟ୍  ସର୍ବନିମ୍ନ ରକ୍ତ ସଂଗ୍ରହର ଲକ୍ଷ୍ୟ ନିଆଯାଇଛି ।

ସେହିପରି ଓଡ଼ିଶା-ମୋ ପରିବାର ନେତାଜୀ ଜୟନ୍ତୀଠାରୁ ରୋଗୀମାନଙ୍କୁ ସାହଯ୍ୟ କରିବା ପାଇଁ ରାଜ୍ୟର ପ୍ରମୁଖ ଚିକିତ୍ସାଳୟଠାରେ ସ୍ୱତନ୍ତ୍ର ସାହାଯ୍ୟ କେନ୍ଦ୍ର ବା ହେଲ୍ପ ଡେସ୍କ ସ୍ଥାପନ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ତଥା ହସ୍ପିଟାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାଲିଠାରୁ ଏହା କାର୍ଯ୍ୟକାରୀ ହେବ । ସେଥିପାଇଁ କଟକ ବଡ଼ ମେଡ଼ିକାଲ ପାଇଁ ସନ୍ଦିପ ରଥ (୬୩୭୧୯୬୩୮୯୭) ଓ କ୍ୟାପିଟାଲ ହସପିଟାଲ ପାଇଁ ବିକାଶ ବେହେରା (୯୭୭୮୭୭୪୭୭୭) ନାମକ ଦୁଇଜଣଙ୍କୁ ନିୟୋଜିତ କରାଯାଇଛି ।

କୋଭିଡ ସ୍ଥିତି ଗମ୍ଭୀର ଥିଲାବେଳେ ରାଜ୍ୟରେ ଆବଶ୍ୟକ ପଡ଼ୁଥିବା ରକ୍ତସଂଗ୍ରହକୁ ଏକ ଆହ୍ବାନ  ଭାବେ ନେଇ ଓଡିଶା -ମୋ ପରିବାର ଆନୁକୂଲ୍ୟରେ ବିଭିନ୍ନ ଜିଲ୍ଲା ଓ କ୍ଷେତ୍ରୀୟ କର୍ମକର୍ତ୍ତା, ସ୍ଥାନୀୟ ବିଧାୟକ, ସାଂସଦ, ବିଜେଡି ଯୁବ, ଛାତ୍ର ଓ ମହିଳା ପ୍ରଭୃତି ଛାମୁଆ  ସଂଗଠନ ତଥାସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସକ୍ରିୟ ଯୋଗଦାନରେ ରକ୍ତଦାନ ଶିବିର ସବୁ ଜିଲ୍ଲାରେ କରାଯାଇଥିଲା । । ତଥାପି ଚାହିଦା ପୁରଣ  କରିବା ପାଇଁ ଏବଂ ରକ୍ତଦାନ ପରିମାଣକୁ ଆଗେଇନେବା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ  ଆରମ୍ଭ କରାଯାଇଛି ।

 

0
0
0
s2sdefault