ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଲେ ମନ୍ତ୍ରୀ ଡ଼ ଅରୁଣ ସାହୁ |
ଭୁବନେଶ୍ୱର (ଶାସକ ପ୍ରଶାସକ) ନୟାଗଡ଼ରୁ ପୁରୀ ଏବଂ ଭୁବନେଶ୍ୱର (ସେବା ଏକ୍ସପ୍ରେସ)ର ପୁନଃ ଚଳାଚଳ କରିବା ପାଇଁ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଛନ୍ତି କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁପାଳନ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ |
ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ଲେଖିଥିବା ପତ୍ରରେ ଡ଼ ସାହୁ ଉଲ୍ଲେଖ କରିଛନ୍ତି ଯେ କରୋନା ପ୍ରେକ୍ଷାପଟରେ ଏହି ରେଳସେବା ବନ୍ଦ କରିବା ଆବଶ୍ୟକ ଥିଲା | ସମ୍ପ୍ରତି ଆର୍ଥିକ ଗତିବିଧି ପୁଣି ବାହାଲ ହେଉଥିବା ବେଳେ ଯାତ୍ରୀଙ୍କ ଆବାଗମନ ଓ ଚଳାଚଳ ସ୍ୱାଭାବିକ ହେବା ଆରମ୍ଭ ହେଲାଣି |
ଇତ୍ୟବସରେ ପୁରୀ ଶ୍ରୀମନ୍ଦିର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲାଣି | ଶ୍ରୀମନ୍ଦିର ଖୋଲାଯିବା ପରେ ନୟାଗଡ଼ରୁ ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଯାଉଛନ୍ତି । ଭକ୍ତ ତଥା ସାଧାରଣ ଲୋକଙ୍କ ସୁବିଧା ପାଇଁ ନୟାଗଡ଼ରୁ ଟ୍ରେନସେବା ନିୟମିତ କରାଯିବା ଆବଶ୍ୟକ । ଆବଶ୍ୟକତାକୁ ହୃଦୟଙ୍ଗମ କରି ପୁନଃ ନିୟମିତ ଟ୍ରେନ ଚଳାଚଳ ବାହାଲ କରିବା ପାଇଁ ଡ଼ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି |