ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶୋଭାଯାତ୍ରା :  "ଆୱାର ସି ଏମ ଆୱାର ହିରୋ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- କିଛିଦିନ ପୂର୍ବରୁ ସି ଭୋଟର୍ସ ଓ ରାଷ୍ଟ୍ରୀୟ ଗଣମାଧ୍ୟମ ଏଭିପି ନିଉଜର ଏକ ସର୍ଭେ ରିପୋର୍ଟ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ବିବେଚିତ କରାଯାଇଥିଲା । ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବର୍ତ୍ତମାନ ରାଜ୍ୟରବାସୀଙ୍କର ମନରେ ଖୁସି ଓ ଆନନ୍ଦ । ମୁଖ୍ୟତଃ ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ନମ୍ବର ୱାନ ପୋଜିସନ ଅତ୍ୟନ୍ତ ଅନନ୍ଦକର । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ରାଜ୍ୟର ବିଜୁ ଯୁବ ଜନତା ଦଳ ଓ ରାଜ୍ୟର ବିଜୁ ଛାତ୍ର ଜନତା ଦଳର କର୍ମୀ ମାନଙ୍କର ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ଧନ୍ୟବାଦ ଯାତ୍ରା । ଏହି କ୍ରମରେ ଆଜି ପାଇକମାଲ ବ୍ଲକ ରୁ ପାଇକମାଲ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ , ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ରବି ସାହୁ , ଜିଲ୍ଲା ଛାତ୍ର ଜନତା ଦଳର ଉପସଭାପତି ଶ୍ରୀ ନିଲାମ୍ବର ଦୀପ , ଶ୍ରୀ ନବକିଶୋର ବରିହା ଜିଲ୍ଲା ଯୁବ ଜନତା ଦଳର ଉପସଭାପତି,  ଅଚ୍ୟୁତାନନ୍ଦ ସେଠ ସମ୍ପାଦକ , ଭାରତ ପଣ୍ଡା , ରାଜେଶ କୁମାର ଲୁହାର  ଉପସଭାପତି ବିଜୁ ଛାତ୍ର ଜନତା ଦଳଙ୍କର ନେତୃତ୍ୱରେ , ଯୁବ ଓ ଛାତ୍ରମାନେ ଏକ ରାଲିରେ ବାହାରି ପାଇକମାଲ ଧର୍ମଶାଳାଠାରେ ପହଂଛିଥିଲେ । ଧର୍ମଶାଳାରେ ଏକ ସଭାକରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।  "ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଉନ୍ନୟନ ମୁଲକ କାର୍ଯ୍ୟ  , କୋରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କର ହିତ କୁ ଦୃଷ୍ଟିରେ ରଖି ଫ୍ରି କିଚେନ ହେଉ କି କୋରୋନଟାଇନ ସେଣ୍ଟର ସ୍ଥାପନ , କୋରୋନା ରୋଗୀଙ୍କର ପାଇଁ ଆଗତୁରା ଭାବରେ ରାଜ୍ୟରେ ଛଅ ହଜାର ବେଡ଼ ପ୍ରସ୍ତୁତି , ଏହା ସହିତ ଅନେକ ଯୋଜନାର ସଫଳ ରୂପାୟନ କରି  ଓଡିଶାକୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇ ପରିଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର  ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ବିବେଚିତ ହୋଇଛନ୍ତି " ବୋଲି ଉପସ୍ଥିତ ଯୁବ ଛାତ୍ର ନେତାମାନେ ମତବ୍ୟକ୍ତ କରିଥିଲେ |

 

0
0
0
s2sdefault