ହାଟଡିହି/ଆନନ୍ଦପୁର -ମକରଧ୍ବଜ ଜେନା : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ନିଧିସଂଗ୍ରହ ଅଭିଯାନ କୁ ବ୍ୟାପକ ତଥା ସର୍ବସ୍ପର୍ଶୀ କରିବା ର ଲକ୍ଷ୍ୟ ନେଇ ବିଶ୍ୱହିନ୍ଦୁ ପରିଷଦ ର ଆହ୍ୱାନ କ୍ରମେ ନିଧି ସମର୍ପଣ ସମିତି ହାଟଡ଼ିହି ଖଣ୍ଡର ଆବାହକତ୍ୱ ରେ ରଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ବିବିଧ କ୍ଷେତ୍ର କୁ ନେଇ ଏକ ବୈଠକ ସରସ୍ୱତୀ ଶିଶୁମନ୍ଦିର ହାଟଡ଼ିହି ରେ ଅନୁଷ୍ଠିତ ହୋଇଯାଇଛି। ଏ ବୈଠକରେ ରେ ହାଟଡ଼ିହି ବ୍ଲକ ର ସମସ୍ତ ସରସ୍ୱତୀ ଶିଶୁ ମନ୍ଦିର ର ଆଚାର୍ଯ୍ୟ ଆଚାର୍ଯ୍ୟା , ଏକଲ ବିଦ୍ୟାଳୟ ର ଆଚାର୍ଯ୍ୟା, ଭାରତୀୟ ମଜଦୂର ସଙ୍ଘ ର କାର୍ଯ୍ୟକର୍ତ୍ତା,ବିଜେପି ର ପ୍ରମୁଖ କାର୍ଯ୍ୟକର୍ତ୍ତା, ବିଶ୍ବହିନ୍ଦୁ ପରିଷଦର ସାଧୁ ସନ୍ଥ, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା, ପ୍ରମୁଖ ୧୫୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ସାମିଲ ହୋଇ ରାମ କାମ ପାଇଁ ନିଷ୍ଠା ର ସହ ନିଧି ସଂଗ୍ରହ କାର୍ଯ୍ୟକ୍ରମ କୁ ସର୍ବସ୍ପର୍ଶୀ କରିବା ପାଇଁ ଏକ ମତ ହୋଇଥିଲେ। ସ୍ୱାମୀ ଜ୍ଞାନାନନ୍ଦ ଗିରି ଏ ବୈଠକରେ ସଭାପତିତ୍ୱ କରିଥିବାବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ହାଟଡ଼ିହି ର ପ୍ରଧାନ ଆଚାର୍ଯ୍ୟା ସତ୍ୟ ନାରାୟଣ କର ମଞ୍ଚ ପରିଚାଳନା କରିଥିଲେ। ପୂର୍ବତନ ସାଂସଦ ଅନନ୍ତ ନାୟକ, ଭାଜପା ନେତା ଅଲୋକ ସେଠୀ, ଖଣ୍ଡ ନିଧି ପ୍ରମୁଖ ତଥା ବିଶ୍ବହିନ୍ଦୁ ପରିଷଦ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ରାଜ, ଖଣ୍ଡ ଅଭିଯାନ ପ୍ରମୁଖ ସ୍ୱାମୀ ଜ୍ଞାନାନନ୍ଦ ଗିରି, ସହ ପ୍ରମୁଖ ଜ୍ଞାନରଂଜନ ସାମନ୍ତସିଂହାର, ସହ ନିଧି ପ୍ରମୁଖ ରମାକାନ୍ତ ନାୟକ, ଭାରତୀୟ ମଜଦୂର ସଙ୍ଘ ର ଜିଲ୍ଲା ସଭାପତି କାମପାଳ ନାୟକ ,ଏକଲ ବିଦ୍ୟାଳୟ ର ବନଜା ନାୟକ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରାଇଥିଲେ।
ରାଜ୍ୟ
ରାମ ମନ୍ଦିର ନିର୍ମାଣ ପାଇଁ ନିଧିସଂଗ୍ରହ ଓ ବୈଠକ
- Hits: 221