ରାୟଗଡ଼ା(ସରୋଜ କୁମାର ସାହୁ) : ସିଏସ୍ଆର୍ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ସର୍ବୋପରି କୋଭିଡ୍ ୧୯ ମହାମାରୀ ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସେବାକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ୍ ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଏକ ଅତ୍ୟାଧୁନିକ ଜୀବନ ସହାୟତାକାରୀ ଆମ୍ବୁଲାନ୍ସ ଦାନ କରାଯାଇଛି ।
ଏହି ଆଧୁନିକ ଜୀବନ ରକ୍ଷାକାରୀ ଆମୁଲାନ୍ସରେ ସମସ୍ତ ଜରୁରୀକାଳୀନ ଉପକରଣ ବ୍ୟବସ୍ଥା ଯଥା ସିରିଞ୍ଜ ଇନଫ୍ୟୁଜନ ପମ୍ପ୍, ଟ୍ରାନ୍ସପୋର୍ଟ ଭେଂଟିଲେଟର, ମାଉଥ ଟୁ ମାଉଥ୍ ମାସ୍କ, ଫୋଲ୍ଡିଂ ଷ୍ଟେ୍ରଚର, ଏମର୍ଜେନ୍ସି କିଟ୍, ସକ୍ସନ ପମ୍ପ୍, ଦୁଇଟି ଅକ୍ସିଜେନ୍ ସିଲିଣ୍ଡର, ଅକ୍ସିଜେନ୍ ସପ୍ଳାଏ ପାଇପଲାଇନ, କାର୍ଡିଆକ୍ ମନିଟର ଇତ୍ୟାଦି ରହିଛି ।
ରାୟଗଡ଼ାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅନୁଷ୍ଠିତ ଏହି ଲୋକାର୍ପଣ ସମାରୋହରେ ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ରାୟଗଡ଼ା ଜିଲ୍ଲାର ଜଟିଳ ରୋଗୀଙ୍କୁ ସେବା ପ୍ରଦାନ କରିବା ଭଳି ଆଧୁନିକ ଜୀବନ ରକ୍ଷାକାରୀ ସୁବିଧା ସୁଯୋଗ ଥିବା ଆମ୍ବୁଲାନ୍ସକୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ।
ଏହି ସମାରୋହରେ ଅତିଥିମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଏସଡ଼ିପିଓ ଶ୍ରୀ ତପନ କୁମାର ରଥ ଉପସ୍ଥିତ ରହି କଂପାନିର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଶ୍ରୀ ମଝହରୁଲ୍ଲ ବୈଗ, ୟୁନିଟ୍ ମୁଖ୍ୟ, ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ସମସ୍ତ କାଗଜପତ୍ର ସହ ଆମ୍ବୁଲାନ୍ସ ଚାବିକୁ ରାୟଗଡା ମୁଖ୍ୟ ଜିଲ୍ଳା ଚିକିତ୍ସାଧିକାରୀ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।
ଏହି ଅବସରରେ ଉତ୍କଳ ଆଲୁମିନାର ୟୁନିଟ୍ ମୁଖ୍ୟ ଶ୍ରୀ ମଝହରଉଲ୍ଲା ବୈଗ କହିଛନ୍ତି ଯେ, “ମହାମାରୀ ଯେତେବେଳେ ଶୀର୍ଷ ସ୍ଥଳରେ ଥିଲା କୋଭିଡ୍ ରୋଗୀଙ୍କ ଉତମ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ମାସ ପାଇଁ ଆମେ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ପ୍ରଦାନ କରିଥିଲୁ । ଏହି ପରିପ୍ରେକ୍ଷୀରେ ଆମେ ଉତ୍ସର୍ଗୀକୃତ ଆମ୍ବୁଲାନ୍ସର ଆବଶ୍ୟକତା ବୁଝିଥିଲୁ ଏବଂ ତେଣୁ ଏକ କ୍ରିଟିକାଲ୍ ଲାଇ୍ଫ ସପୋର୍ଟ ଆମ୍ବୁଲାନ୍ସ ଦାନ କରିବା ଲାଗି ୟୁଏଆଇଏଲ୍ ନିଷ୍ପତି ନେଇଛି । ସେ କହିଛନ୍ତି ଯେ ରାୟଗଡ଼ା ଜିଲ୍ଲା ଓ ବୃହତର ସମାଜର ବିକାଶ ପାଇଁ ଆମେ ପ୍ରତିବଦ୍ଧ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଜୀବିକା ଆଦି ପାଇଁ ଆମ ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ଲୋକ ଓ ପ୍ରଶାସନ ସହିତ ଆମେ ସର୍ବଦା ଠିଆ ହୋଇଛୁ ।’’
ୟୁଏଆଇଏଲ ଏହି ମହତ କାର୍ଯ୍ୟକୁ ପ୍ରଶଂସା କରି ରାୟଗଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର କହିଛନ୍ତି ଯେ, “ ୟୁଏଆଇଏଲ୍ ଦେଇଥିବା ସଦୃଢ଼ ଆମ୍ବୁଲାନ୍ସ ଏକ ମିନି ଆଇସିୟୁ | ଏଥିରେ ସବୁ ପ୍ରକାର ଜୀବନ ରକ୍ଷାକାରୀ ଉପକରଣ ରହିଛି, ଯାହା ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବ । ସେ ଏହା ମଧ୍ୟ କହିଛନ୍ତି ଯେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବା ଲାଗି ଉଦ୍ୟମ ଜାରି ରହିଛି ।’’
ଏହି ଅବସରରେ ଅନ୍ୟ ଅତିଥି ଓ ୟୁଏଆଇଏଲର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଶ୍ରୀଯୁକ୍ତ ରାକେଶ ପ୍ରତାପ ସିଂହ, ୟୁନିଟ୍ ଏଚ୍ଆର ମୁଖ୍ୟ, ଶ୍ରୀଯୁକ୍ତ ଶିବ ଶଙ୍କର ମହାପାତ୍ର, ମୁଖ୍ୟ, ସିଏସ୍ଆର୍ ଓ ଆରଆର, ଜମି ଓ ସମ୍ପର୍କ, ଡକ୍ଟର ଅରିନ୍ଦମ ରାୟ ଚୌଧୁରୀ (ମୁଖ୍ୟ ମେଡିକାଲ୍ ସେବା-ଉତ୍କଳ ହସ୍ପିଟାଲ୍), ଶ୍ରୀଯୁକ୍ତ ମୁକେଶ ଝା, ମୁଖ୍ୟ ମାଇନ୍ସ, ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶିନୀ-ମୁଖ୍ୟ ସଷ୍ଟେନେବିଲିଟି, ସିିଆର୍ ଓ ପିଆର୍), ଶ୍ରୀଯୁକ୍ତ ସୁକାନ୍ତ ମହାପାତ୍ର, ପ୍ରବନ୍ଧକ-ପ୍ରଶାସନ ଓ ଶ୍ରୀଯୁକ୍ତ ପିତାମ୍ବର ବେହେରା, ପ୍ରବନ୍ଧକ, ସମ୍ପର୍କ ଓ ସମନ୍ୱୟ ଉପସ୍ଥିତ ଥିଲେ ।