ଅନଲାଇନ ଆଇଡ଼ିଆ କଂପିଟିସନ : ନୋତର ଆଦର୍ଶ ବିଦ୍ୟାଳୟ ପ୍ରଥମ, ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ ସମୀର ଦାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Bhubaneswar/Shasak Prashasak :  ସଡକ ନିରାପତ୍ତା ସପ୍ତାହ 2020 ଅବସରରେ ଅନୁଷ୍ଠିତ  ଅନଲାଇନ ଆଇଡ଼ିଆ କଂପିଟିସନରେ ନୟାଗଡ଼ ଜିଲ୍ଲା ନୋତର ଆଦର୍ଶ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଖୁସି ବ୍ୟକ୍ତ କରିଛନ୍ତି । ଲୋକଙ୍କ ଭିତରେ  ସଡକ ନିରାପତ୍ତା ସଚେତନତା ସୃଷ୍ଟି କରିବା ପାଇଁ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଉଦ୍ୟମ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି | ପ୍ରଥମ ପୁରସ୍କାର ବିଜୟୀ ହୋଇ  ରାଜ୍ୟପାଇଁ ସମ୍ମାନ ଆଣିଥିବାରୁ  ନୋତର  ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଙ୍କୁ ମନ୍ତ୍ରୀ ଶ୍ରୀ ଦାସ ଅଭିନନ୍ଦନ ଜଣାଇବା ସହ  ଏଭଳି ଉଦ୍ୟମ ଓ ସଫଳତା ଆଗକୁ ଜାରି ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

 

0
0
0
s2sdefault