ପଦ୍ମପୁର - ପଦ୍ମପୁର ଉପଖଣ୍ଡ ବାଦିକଟା ଗ୍ରାମରେ ଟାଟା ଧାନ୍ୟା ସିଡସ ପକ୍ଷରୁ କୄଷକ ସମାବେଶ ତଥା ଟମାଟୋ ଚାଷ କ୍ଷେତ୍ର ପରିଦର୍ଶନ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଟାଟା ଧାନ୍ୟା ସିଡସ କମ୍ପାନୀ ତରଫରୁ ସାଗର ମିଶ୍ର, ବ୍ୟାସଦେବ ଭୋଇ ଓ ରଞ୍ଜନ ସ୍ବାଇଁ ଯୋଗଦେଇ ମନୋହର ପ୍ରଜାତିର ଟମାଟୋ ବିଷୟରେ ଚାଷୀଙ୍କୁ ଅବଗତ କରାଇଥିଲେ ଏବଂ ଏହି ଟମାଟୋର ଅମଲ ଓ ଲୋକଚାହିଦା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସମାବେଶରେ ସଫଳ ଟମାଟୋ ଚାଷୀ ଭାବରେ ରେବତ ସାହୁଙ୍କୁ କମ୍ପାନୀ ତରଫରୁ ସମ୍ବର୍ଦ୍ଧନା କରିଥିଲେ। ହୄଦାନନ୍ଦ ସାହୁ, ସନାତନ ଭୋଇ,କମଳ ସାହୁ, ଦୀପକ ପ୍ରଧାନ, ଅରୁଣ ସାହୁ, ରଜନୀ ନାୟକ,ନକୁଳ ମାଝୀ ଓ ଯୁବରାଜ ବାରିକଙ୍କ ସମେତ ଅଞ୍ଚଳର ଶତାଧିକ ଚାଷୀ ଯୋଗଦେଇ ଥିଲେ ।
ରାଜ୍ୟ
ଟାଟା ଧାନ୍ୟା ସିଡସ ପକ୍ଷରୁ କୄଷକ ସମାବେଶ ତଥା ଟମାଟୋ ଚାଷ କ୍ଷେତ୍ର ପରିଦର୍ଶନ
- Hits: 377