ଶ୍ୟାମ ମେଟାଲିକ୍ସ ଏକାଦଶ ଓ ଗଣମାଧ୍ୟମ ଏକାଦଶ  ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସ୍ଥାନୀୟ କମିଶନର କଲୋନୀ ଖେଳ ପଡିଆ ଠାରେ  ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ଼ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଥିଲା I ଏଥିରେ ଶ୍ୟାମ ମେଟାଲିକ୍ସ ଏକାଦଶ ଦଳ ବିଜୟୀ ହୋଇଥିଲା I ପ୍ରଥମେ ବ୍ୟାଟିଂ କରି ଗଣମାଧ୍ୟମ ଏକାଦଶ ଦଳ  ୭ ୱେଇକେଟ ହରାଇ  ନିର୍ଦ୍ଧାରିତ ୧୦ ଓଭର ରେ ସତ୍ୟଜିତ ମହାପାତ୍ର ଙ୍କ ୧୬,  ସୁବାଶିଷ ପାଢ଼ୀ ୧୪,  ଅଧିନାୟକ ଯତୀଶ ମହାନ୍ତି ଙ୍କ ୧୦ ଏବଂ ସମୀର ଷଡ଼ଙ୍ଗୀ ଙ୍କ ୭ ରନ ବଳରେ ୭୬ ରନ କରିଥିଲା I ଶ୍ୟାମ ମେଟାଲିକ୍ସ ଏକାଦଶ  ପକ୍ଷରୁ ଶ୍ରୀକାନ୍ତ ୩, ସୁଧୀର ସେଠ୍ ୨ ଏବଂ ପ୍ରମୋଦ ସରାଫ ୧ ଟି ୱେଇକେଟ  ନେଇଥିଲେ I ଜବାବ ରେ ଶ୍ୟାମ ମେଟାଲିକ୍ସ ଏକାଦଶ ର ରୀତିକ ଜୈନ ଙ୍କ ଅପରାଜିତ ୪୩  ଏବଂ ସରୋଜ ନାୟକ ଙ୍କ ଅପରାଜିତ ୨୬ ରନ ବଳରେ ୬.୧ ଓଭର ରେ ୨ ୱେଇକେଟ  ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା I ଗଣମାଧ୍ୟମ ଏକାଦଶ ପକ୍ଷରୁ ସୁବାଶିଷ ପାଢ଼ୀ ଏବଂ ସତ୍ୟଜିତ ମହାପାତ୍ର ଗୋଟିଏ ଲେଖାଏଁ ୱେଇକେଟ ନେଇଥିଲେ I

ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ଼ ମାନବ ସମ୍ବଳ ବିଭାଗ ଡିଜିଏମ ଆର. କେ, ସିଂହ, ମ୍ୟାନେଜର ଲିଆସିନିଙ୍ଗ  ମନୋଜ ପଣ୍ଡା, ମ୍ୟାନେଜର ଲିଗାଲ ପ୍ରମୋଦ ସରାଫ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ I ଟ୍ରଫି ବିତରଣ ସମାରୋହ ରେ ଜ଼ିଲ୍ଲା କ୍ରୀଡା ସଂଘ ର ପୂର୍ବତନ ସାଧାରଣ ସମ୍ପାଦକ ଏମଡି ସବିର ହୁସେନ୍, ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜ଼ିଲ୍ଲା ସଭାପତି ରମାକାନ୍ତ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଶିଵ ପ୍ରସାଦ ମେହେର, ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଭବାନୀ ଶଙ୍କର ଭୋଇ, ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ଼ ର ମ୍ୟାନେଜର ଲିଗାଲ ପ୍ରମୋଦ ସରାଫ ବିଜୟୀ ଶ୍ୟାମ ମେଟାଲିକ୍ସ ଏକାଦଶ ଦଳକୁ ଟ୍ରଫି ପ୍ରଦାନ କରିଥିଲେ I ଏହି କ୍ରିକେଟ ମ୍ୟାଚ ରେ  ଅମ୍ପାୟାର ଭାବେ ଏମଡି ଇସାକ୍ ଏବଂ ସୁଜନ ଚାନ୍ଦ ଦାୟିତ୍ୱ ନିର୍ବାହ କରିଥିବାବେଳେ ସ୍କୋରର ଭାବେ ସାମ୍ବାଦିକ ପ୍ରମୋଦ ବହିଦାର ଏବଂ ସାମ୍ବାଦିକ ଅମଲେନ୍ଦୁ ନାୟକ ଓ ଲଳିତ ଶର୍ମା ଧାରାବିବରଣୀ ପ୍ରଦାନ କରିଥିଲେ I

0
0
0
s2sdefault