ଅନ୍ତରାଜ୍ୟ ସୀମା ବିବାଦର ସମାଧନ ପାଇଁ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆନ୍ଧ୍ର ଓଡିଶା ସୀମା ବିବାଦର ସମାଧନକୁ ନେଇ ପ୍ରଥମ ପର୍ଯ୍ୟାୟରେ ଉଭୟ ରାଜ୍ୟର ରାଜସ୍ବ ବିଭାଗର ଅଧିକାରୀଙ୍କୁ ନେଇ ବୁଧବାର ଦିନ ଆଲୋଚନା ହୋଇଯାଇଛି । ଯେହେତୁ ଗଜପତି ଜିଲ୍ଲାକୁ ଆନ୍ଦ୍ରର ୩ଟି ତହସିଲର ସୀମାନ୍ତ ଲାଗିଛି ।ତେଣୁ ଆନ୍ଦ୍ରର ପୁରୁଣା ପାଟଣା ମଣ୍ଡଳ ଅଧିକାରୀ ,କତୁରୁ ମଣ୍ଡଳ  ଅଧିକାରୀ ଏବଂ ଆର ଡ଼ି ଓ ପାଲାକଣ୍ଡା ସମେତ ୪ଜଣିଆ ଟିମ ଆସିଥିଲେ । ଏପଟେ ଓଡ଼ିଶାର ବିବାଦୀଅ କମିଟି ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ନାଲାଗାଣ୍ଠୁ ମୌଜା ଏବଂ କାଶୀନାଗର ତହସିଲର ଭେଙ୍କଟରାୟପୁର ମୌଜାର ହୋଇଥିବାରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ତହସିଲଦାର ଓ କାଶୀନାଗର ତହସିଲଦାର ଉପସ୍ଥିତ ରହି ମାପଚୁପ ହୋଇଥିବା ସବିଶେଷ ତଥ୍ୟକୁ ନେଇ ଆଲୋଚନା କରାଯାଇଥିଲା। ଉଭୟ ପଟର ମ୍ୟାପକୁ ନେଇ ତର୍ଜମା କରାଯାଇଥିଲା । ଯେହେତୁ ୧୯୩୬ ମସିହାରେ ଓଡିଶା ପ୍ରଦେଶ ହୋଇଥିଲା ଏହାର ପରବର୍ତ୍ତୀ ସମୟରେ ୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶ ପ୍ରଦେଶ ହୋଇଥିଲା ।

ଓଡିଶା ଯେହେତୁ ଯଥା ପୂର୍ବରୁ ଗଠନ ହୋଇଥିଲା ଏବଂ ଓଡ଼ିଶାର ମ୍ୟାପ ୧୯୨୧ ମସିହାରେ ମାଡ୍ରାସ ପ୍ରେସିଡେନସି ଅନୁସାରେ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ମ୍ୟାପ ଅନୁସାରେ  ସୀମା ନିର୍ଦ୍ଧାରଣ ଓଡିଶା ତରଫରୁ କରାଯାଇଛି ତେଣୁ ସୀମା ବିବାଦ କୁ ନେଇ ଓଡିଶା ତରଫରୁ ଦିଆଯାଇଥିବା ତଥ୍ୟ ପ୍ରଯୁଜ୍ୟ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା ।

 ପ୍ରାଥମିକ ସ୍ତରରେ ଆଲୋଚନା କରାଯାଇଛି ପରବର୍ତ୍ତୀ ସମୟରେ ଫିଲଡ଼ ଭେରୀଫିକେସନ କରାଯିବ ଏବଂ ଉଭୟ ରାଜ୍ୟର କମିଶନର ସ୍ତରରେ ଆଲୋଚନା ହେବା ପରେ କୌଣସି ନିସ୍କର୍ସ ବାହାରିବ ବୋଲି ଉପଜିଲ୍ଲାପାଳ ସଂଗ୍ରାମ ପଣ୍ଡା ସୂଚନା ଦେଇଛନ୍ତି।

0
0
0
s2sdefault