କ୍ରସର ଓ ପଥର କ୍ୱାରି ଉପରେ ପ୍ରଶାସନର ଚଢ଼ାଉ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କ୍ରସର ବନ୍ଦ ରଖିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ତହସିଲ ଅନ୍ତର୍ଗତ ଲଉଡିଦର୍ହା ଗ୍ରାମରେ ଚାଲିଥିବା ଏକ ପଥର କ୍ରସର ଓ ପଥର କ୍ୱାରି ଉପରେ ଆଜି ସନ୍ଧ୍ୟାରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଝାରବନ୍ଧ ତହସିଲଦାର ସୀମା ସବିତା କୁଲୁ , ଜଗଦଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା , ଓ ଅନ୍ୟାନ୍ୟ ଅଧିକାରୀ ମାନେ ଏକକାଳୀନ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରେ ଉପଜିଲ୍ଲାପାଳ କ୍ରସର ରେ କାର୍ଯ୍ୟରତ କିଛି କର୍ମଚାରୀ ମାନଙ୍କୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇବାକୁ କହିଥିଲେ । ହେଲେ  କର୍ମଚାରୀ ମାନେ କୋଣସି କାଗଜ ପତ୍ର ଦେଖାଇ ପାରି ନଥିଲେ । ତେଣୁ ଉପଜିଲ୍ଲାପାଳ ତତ୍କ୍ଷଣତ କ୍ରସର ଓ ପଥର କ୍ୱାରିକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ । ଆବଶ୍ୟକୀୟ କାଗଜପତ୍ର ଧରି କ୍ରସର ଓ କ୍ୱାରି ପରିଚାଳନା କରୁଥିବା ଲୋକ ତୁରନ୍ତ ତହସିଲଦାର ଙ୍କର ନିକଟରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗ୍ରାମ ବାସୀ ମାନେ ଗ୍ରାମରେ କ୍ରସର ଓ କ୍ୱାରି ବେଆଇନ ଭାବରେ ଚାଲୁଥିବା ଅଭିଯୋଗ କରିବା ସହିତ କ୍ୱାରିରୁ ପ୍ରତ୍ୟେକ ଦିନ ଶହଶହ ଟ୍ରିପ ପଥର ପଡୋଶୀ ଛତିଶଗଡ଼ ରାଜ୍ୟ କୁ ଚୋରରେ ଚାଲାଣ ହେଉଥିବା ଅଭିଯୋଗ କରିଥିଲେ ।

0
0
0
s2sdefault