ରୋଲିଙ୍ଗ ଷ୍ଟକ ଯାଞ୍ଚ ପାଇଁ ତିନୋଟି ଷ୍ଟେସନରେ ଲାଗିଲା ପ୍ରତିଷେଧକ ରକ୍ଷଣାବେକ୍ଷଣ ପ୍ରଣାଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଟ୍ରେନ ଚଳାଚଳ କ୍ଷେତ୍ରରେ ପ୍ରତ୍ୟକ କ୍ଷଣ ରୋଲିଙ୍ଗ ସ୍ଟକ ଗୁଡିକର ପ୍ରତିଷେଧକ ରକ୍ଷଣାବେକ୍ଷଣ ଆବଶ୍ୟକତା ଥାଏ | ଏହି ଧାରାରେ, କୌଣସି ଆସନ୍ନ ବିଫଳତାର ପ୍ରକୃତ ଘଟଣା ପୂର୍ବରୁ ଦୋଷ ଚିହ୍ନଟ ହୁଏ | ଏହି ପ୍ରଣାଳୀ ଦ୍ୱାରା ଆସନ୍ନ ବିଫଳ ପୂର୍ବରୁ ଏକ ଆଲାର୍ମ ସୃଷ୍ଟି ହୁଏ | ଯାହା ଫଳରେ ପ୍ରକୃତ ବିଫଳତା ପୂର୍ବରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଏ | ଏହା ଟ୍ରେନର ସୁରକ୍ଷିତ ଚଳାଚଳକୁ ସୁନିଶ୍ଚିତ କରେ | ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ବେଲସୋଣ୍ଡା, ବୋଇଣ୍ଡା ଏବଂ ବୃନ୍ଦାମାଲ ଷ୍ଟେସନରେ “ହଟ ଆକ୍ସିଲ ବକ୍ସ ଡିଟେକସନ ସିଷ୍ଟମ” ସ୍ଥାପନ କରାଯାଇଅଛି |

ଏହି ପ୍ରଣାଳୀ ସେନ୍ସର ଉପରେ ଆଧାରିତ ଏକ ଆଧୁନିକ ପ୍ରଣାଳୀ ଯାହା ଟ୍ରେନର ରୋଲିଙ୍ଗ ସ୍ଟକ ଗୁଡିକର ଅବସ୍ଥା, ବିଅରିଂ ଅବସ୍ଥା ଏବଂ ଆକ୍ସଲ୍ ତାପମାତ୍ରା ଇତ୍ୟାଦି ବିଷୟରେ ସୂଚନା ସଂଗ୍ରହ କରିଥାଏ | ଏହି ପ୍ରଣାଳୀରେ, ଆସୁଥିବା ଟ୍ରେନର ଉପସ୍ଥିତି ଚିହ୍ନଟ କରୁଥିବା ପଥ ଷ୍ଟେସନ ନିକଟତରେ ସେନ୍ସରଗୁଡ଼ିକ ସ୍ଥାପିତ କରାଯାଇଅଛି | ତାପମାତ୍ରା ସେନ୍ସରଗୁଡ଼ିକ ଆକ୍ସଲ୍ ର ତାପମାତ୍ରା ମାପିଥାଏ | ଏହା ପ୍ରତ୍ୟେକ ଆକ୍ସଲ୍ ର ତାପମାତ୍ରା ରେକର୍ଡକୁ ସ୍ଥିରୀକୃତ ତାପମାତ୍ରା ସହିତ ପ୍ରଣାଳୀ ମାଧ୍ୟମରେ ନିର୍ଧାରିତ ତାପମାତ୍ରାକୁ ତୁଳନା କରେ | ଯଦି ମପାଯାଇଥିବା ତାପମାତ୍ରା ନିର୍ଦ୍ଧାରିତ ତାପମାତ୍ରାକୁ ଅତିକ୍ରମ କରେ, ତେବେ ଏହି ପ୍ରଣାଳୀର ସଠିକ ସମୟ ଆଧାରରେ କଣ୍ଟ୍ରୋଲ୍ ଅଫିସରେ ଆଲାର୍ମ ସୃଷ୍ଟି କରେ | ଏହା ଉପରେ ଆଧାର କରି, କଣ୍ଟ୍ରୋଲ କାର୍ଯ୍ୟାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଏ |

ଏହି ପ୍ରଣାଳୀର ମୁଖ୍ୟ କାର୍ଯ୍ୟ ହେଉଛି ସେନସରରୁ ତଥ୍ୟ ଗ୍ରହଣ କରିବା ପରେ ମାଇକ୍ରୋ କଣ୍ଟ୍ରୋଲର୍ ୟୁନିଟ୍ କୁ ତଥ୍ୟ ପଠାଇବା ଏବଂ ମୁଖ୍ୟ ସର୍ଭରରୁ ୱେବ୍ କ୍ଲାଉଡ୍ ସର୍ଭରକୁ ତଥ୍ୟ ପଠାଇବା | ଏହା ଏକ ଲାଇଭ୍ ଡାଟା ଭାବରେ କଣ୍ଟ୍ରୋଲ୍ ରୁମରେ ପ୍ରଦର୍ଶିତ ହୋଇଥାଏ | କମ୍ପ୍ୟୁଟର ଏବଂ ମୋବାଇଲ୍ ମାଧ୍ୟମରେ ଏହି ଡାଟା ଦେଖାଯାଇପାରିବ ଏବଂ ତଦାରଖ କରାଯାଇପାରିବ | ଏହି ପ୍ରଣାଳୀ ଦ୍ୱାରା ଏସଏମଏସ ସହିତ ଇମେଲ୍ ଆଲର୍ଟ ସୃଷ୍ଟି କରିବ ଏବଂ କଣ୍ଟ୍ରୋଲ କାର୍ଯ୍ୟାଳୟର ମୁଖ୍ୟ ପ୍ରଦର୍ଶନ ପରଦାରେ “ଭିଜୁଆଲ୍ ଆଲାର୍ମ” ସୃଷ୍ଟି କରିବ |

ଏହି ପ୍ରଣାଳୀ ରୋଲିଙ୍ଗ ସ୍ଟକର ଯେକୌଣସି ବଡ଼ ବିଫଳତାକୁ ରେଳମାର୍ଗରେ ରୋକି ପାରିବ ଯାହାକି ପୂର୍ବରୁ ଘଟୁଥିବା ଅଘଟଣ ଜନିତ ଯାତାୟାତରେ ବାଧା ସୃଷ୍ଟି ଏବଂ ଯାତ୍ରୀବାହୀ ଟ୍ରେନ୍ ପାଇଁ ସମୟାନୁବର୍ତ୍ତୀତା ନଷ୍ଟ କୁ ନିୟନ୍ତ୍ରଣ କରିପାରିବ | ଏହି ପ୍ରଣାଳୀ ଦ୍ୱାରା ଯଦି ଉଚ୍ଚ ତାପମାତ୍ରା ଚିହ୍ନଟ ହୁଏ ତେବେ ନିକଟସ୍ଥ ଷ୍ଟେସନରେ ନିର୍ଦ୍ଦିଷ୍ଟ ୱାଗନ୍ କିମ୍ବା କୋଚ୍ କୁ ଅଲଗା କରାଯାଇ ପାରିବ ଏବଂ ଆସନ୍ନ ଦୁର୍ଘଟଣାକୁ ପ୍ରତିହତ କରାଯାଇ ପାରିବ |

0
0
0
s2sdefault