କଳାହାଣ୍ଡି /ସୁଶାନ୍ତ ରାଉତ : ଆଜି ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍ ଧର୍ମଗଡ଼ କଳାହାଣ୍ଡି ଅନୁଷ୍ଠାନ ପକ୍ଷରୁ ବସ୍ତ୍ରଦାନ, ଔଷଧ ଦାନ ଓ ପୁସ୍ତକ ଦାନ ବକ୍ସ ଉପଖଣ୍ଡ ଡ଼ାକ୍ତରଖାନା ଧର୍ମଗଡ଼ ପାଖରେ ଉଦ୍ଘାଟିତ ହେଇ ଯାଇଛି । ଏହି ଉଦଘାଟନ ସମାରୋହ ରେ ଧର୍ମଗଡ଼ ଉପ-ଜିଲ୍ଲପାଳ ଦିବାକର ଟିଏସ୍ ଉଦଘାଟନ କରିଥିଲେ । ଏହି ବକ୍ସ ହେବା ଦ୍ବାରା ସମସ୍ତ ନିରିହ ,ଗରିବ ଲୋକମାନଙ୍କ ଚିନ୍ତା ଦୂର ହେବ ବୋଲି ଏହାର କାର୍ଯ୍ୟକାରି କରିବା ପାଇଁ କଳାହାଣ୍ଡି ର ଅଗ୍ରଣୀ ସଂଗଠନ ସୋସିଆଲ ୱଲଫେୟର ଅର୍ଗାନେଯେସନ୍ ଧର୍ମଗଡ଼, କଳାହାଣ୍ଡିର ପ୍ରୟାସ କରିଛି । ସଂଗଠନ ପରିବାର ତରଫରୁ ସମସ୍ତଙ୍କୁ ହୃଦୟର ଗଭୀରତମ ରୁ ଅନୁରୋଧ କି ନିଜର ଅନାବଶ୍ୟକ ପିନ୍ଧିବା କପଡା ଭଳରେ ସଫା କରି ଦେବା ପାଇଁ ତତ୍ ସହିତ ନିଜର ବହୁ ମୂଲ୍ୟ ଔଷଧ ଯଦି ରହିଛି ଆଉ ସେହି ଔଷଧ କୈାଣସି ରୋଗୀ ଙ୍କୁ ଆବଶ୍ୟକ ହୋଇପାରେ ତାହା ହେଲେ ମଧ୍ୟ ଦାନ କରି ପାରିବେ। ନିଜର ପଢି ସାରିଥିବା ପୁସ୍ତକ ଯଦି କୈାଣସି ଗରିବ ଅସହାୟ ଛାତ୍ରଛାତ୍ରୀମାନଙ୍କୁ ପଢ଼ିବା ରେ ସହାୟକ ହୋଇ ପାରିବ ତା'ହେଲେ ମଧ୍ୟ ଏହି ବକ୍ସ ରେ ଦାନ କରି ପାରିବେ । ବୋଲି ସଂଗଠନର ପ୍ରତିଷ୍ଠାତା ଉମାକାନ୍ତ ସୁନାନୀ ସହିତ ସଭାପତି ଗୋପୀନାଥ ମହାନନ୍ଦ, ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ ନାୟକ ଓ ଧର୍ମଗଡ଼ ଅଞ୍ଚଳର ଲୋକମାନେ ଉପସ୍ଥିତ ରହି କହିଥିଲେ ଏବଂ ଏହିପରି କାର୍ଯ୍ୟ କରିଥିବାରୁ ସଂଗଠନ କୁ ପ୍ରଶଂସାର ଛୁଅ ଛୁଟୁଛି । ଉଦଘାଟନ ସମାରୋହ ରେ ବହୁତ ସଂଖ୍ୟାରେ ଯୋଗଦାନ କରି ସଂଗଠନ ର ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିବା ସହିତ ବହୁତ ବସ୍ତ୍ର, ଔଷଧ ଓ ପୁସ୍ତକ,ଖାତା ସବୁ ବକ୍ସରେ ଦାନ କରିଥିଲେ ।
ରାଜ୍ୟ
ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍ ପକ୍ଷରୁ ବସ୍ତ୍ର, ଔଷଧ ଓ ପୁସ୍ତକ ବାକ୍ସ ଉଦ୍ଘାଟିତ
- Hits: 593