ଅଭିନବ ଆୟୋଜନ : ଜୁଙ୍ଗାରେ ପତ୍ରିକା ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ର-ଛାତ୍ରୀ, ଚାକିରି ଆଶାୟୀ ଯୁବକ, ମହିଳା ତଥା  ବରିଷ୍ଟ ନାଗରିକଙ୍କ ଉଦ୍ଦେଶ୍ୟରେ “ ଆଞ୍ଚଳିକ ପତ୍ରିକା ମେଳା-୨୦୨୧” ଅନୁଷ୍ଠିତ ହେବାକୁ ଯାଉଛି । ଏହି ପତ୍ରିକା ମେଳାରେ ବିଭିନ୍ନ ପ୍ରକାର ଶିଶୁ ପତ୍ରିକା ଠାରୁ ଆରମ୍ଭ କରି, ପ୍ରତିଯୋଗୀତା ସମ୍ପର୍କିତ ପତ୍ରିକା, ନାରୀ ପତ୍ରିକା , ସିନେମା ପତ୍ରିକା , ସାହିତ୍ୟ ପତ୍ରିକା , ଆଇନ ଆଧାରିତ ପତ୍ରିକା , ସ୍ୱାସ୍ଥ୍ୟବିଜ୍ଞାନ ଆଧାରିତ ପତ୍ରିକା , ବିଭିନ୍ନ ସରକାରୀ ଯୋଜନା ସମ୍ବଳିତ ପତ୍ରିକା ପ୍ରଭୃତି ଛାତ୍ର-ଛାତ୍ରୀ ଓ ସାଧାରଣ ଜନତାଙ୍କ ପାଇଁ ପ୍ରଦର୍ଶନ କରାଯିବ । ଏହି ମେଳାରେ ପଚାଶରୁ ଅଧିକ ପ୍ରକାର ପତ୍ରିକା ପ୍ରଦର୍ଶନ କରାଯିବ । ଏ ସମସ୍ତ ପତ୍ରିକା ନିତ୍ୟାନନ୍ଦ ପୁର ଗ୍ରାମର  ଶାସ୍ତ୍ରୀ ସ୍ମୃତି ପାଠାଗାର ତରଫରୁ ଯୋଗାଇ ଦିଆଯାଉଥିବା ବେଳେ, କାବେରୀ ପଶି ସ୍ଥିତ ଆଞ୍ଚଳିକ ବିକାଶ ମଞ୍ଚ, ଜୁଙ୍ଗା ଗ୍ରାମ ପଞ୍ଚାୟତ ଏହାର ଅନ୍ୟ ସମସ୍ତ ଆୟୋଜନ ଓ ପରିଚାଳନା ଭାର ହାତକୁ ନେଇଛି ।  ଏହା ଏକ ଅଭିନବ ଆୟୋଜନ ଏବଂ ସାରା ଜିଲାରେ ପ୍ରଥମ ବୋଲି କୁହାଯାଉଛି । 

 

 

0
0
0
s2sdefault