ବେହେରେନସିଲେଟ ମଦ ଭାଟି ବନ୍ଦ ଦାବିକୁ ନେଇ କାଲିଠୁ ଅନଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଭିଯୋଗକାରୀଙ୍କୁ ଭାଟି ତରଫରୁ ମାରି ଦେବା ଧମକ

କଣ୍ଟାବାଞ୍ଜି (ଚୁଡାମଣି ସୁନା) : କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଚଟୁଅନକା ପଂଚାୟତର ବେହେରେନସିଲେଟ ଗ୍ରାମରେ ଥିବା ମଧଭାଟିକୁ ବନ୍ଦ କରିବା ଦାବି କରିଛି ଗ୍ରାମରେ ଆମ୍ବେଦକର ଯୁବକ ସଂଘ |  ଏ ସମ୍ପର୍କରେ ଆଗାମୀ କାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କରିବେ ଗ୍ରାମବାସୀ ଆନ୍ଦୋଳନ | ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏବଂ ଅଭିଯୋଗକାରୀ ରୋହନ କୁମାର ମହତଙ୍କୁ ଧମକ ଚମକ ଦେବା ପାଇଁ ଅବକାରୀ ବିଭାଗ ଏବଂ ମଦଭାଟି ଦ୍ୱାରା ନିୟୋଜିତ ଗୁଣ୍ଡା ଏବଂ   ଅସାମାଜିକ ବ୍ୟକ୍ତି ମାନେ ତାଙ୍କର ଘରକୁ ଯାଇ ଆନ୍ଦୋଳନ ନ କରିବା ପାଇଁ ଧମକ ଚମକ ଦେଇଛନ୍ତି | ଯଦି ଆନ୍ଦୋଳନ କରିବ ପରିସ୍ଥିତି ଭୟଙ୍କର କରିଦେବେ ବୋଲି ଚେତାବନୀ ଦେଇଥିବା ଅଭିଯୋଗ କରିଛନ୍ତି ରୋହନ  |   ହାର ମାନି ନାହାନ୍ତି ରୋହନ ଏବଂ ଆସନ୍ତା କାଲି 21 ଜାନୁୟାରୀ ଦିନ ତହସିଲ ଅଫିସ ସାମ୍ନା ରେ ଗ୍ରାମବାସୀ ସହ ଆନ୍ଦୋଳନ କରିବେ ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି |  ଯେ ପର୍ୟ୍ଯନ୍ତ ବେହେରେନସିଲେଟ ଗ୍ରାମ ରୁ ସ୍ଥାୟୀ ଭାବେ ମଦଭାଟି ନ ହଟିବ ଆମେ ଲଢ଼େଇ ଜାରି ରହିବ,ଆବଶ୍ୟକ ପଢିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଆମେ ଦାବି କରିବୁ ବୋଲି କହିଛନ୍ତି ସଙ୍ଗଠନ ର କର୍ମକର୍ତ୍ତା, ତେବେ ରୋହନ କୁ ଧମକ ଚମକ ଘଟଣାକୁ ଅଞ୍ଚଳର ବିଭିନ୍ନ ସଂଗଠନ ନିନ୍ଦା କରିଛନ୍ତି |

0
0
0
s2sdefault