ହେଡଲାଇନସ୍:

ରାଜ୍ୟ ସରକାର ବିକାଶ କରୁନାହାନ୍ତି : ଅସିତ ତ୍ରିପାଠୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ମା ସମଲେଇ ମନ୍ଦିର ଗସ୍ତରେ ଆସିଥିବା ହାଇ ଲେବଲ କମିଟି ମନ୍ଦିର ଚତୁର୍ପାର୍ଶ୍ୱର ପରିଦର୍ଶନ କଲାପରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ | ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବାପରେ ଏହା ଥିଲା ତାଙ୍କର ପ୍ରଥମ ସରକାରୀ ଗସ୍ତ | ପରିଦର୍ଶନ   ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ଠାରେ  ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ  ତ୍ରିପାଠୀ ଏହି ଟିମର ସମଲେଶ୍ବରୀ ମନ୍ଦିର ପରିଦର୍ଶନ ଉଦ୍ଦେଶ୍ୟ ନେଇ ସୂଚନା ଦେଇଥିଲେ ।

 

ସେ କହିଥିଲେ " ପୁରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିସର ଭଳି ସମଲେଶ୍ବରୀ ମନ୍ଦିର ପରିସର ର ବିକାଶ ଓ ସମ୍ପ୍ରସାରଣ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚସ୍ତରୀୟ ଟିମ ସମଲେଶ୍ବରୀ ମନ୍ଦିର ବୁଲିବା ସହ ଭିତ୍ତିଭୂମି ବିକାଶ ର ସମୀକ୍ଷା କରିଛନ୍ତି । ସମଲେଶ୍ବରୀ ମନ୍ଦିର ସମ୍ପ୍ରସାରଣ ସମୟରେ ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କୁ ମର୍ଯ୍ୟାଦା ର ସହ ଥଇଥାନ କରାଯିବ ।  ରାଜ୍ୟ ସରକାର ବର୍ତ୍ତମାନ ବିକାଶ କରୁନାହାନ୍ତି |  ଯାହା ଅଛି ତାହାର ବିକାଶ କରାଯାଉନି | ପୁରା ରୂପାନ୍ତର ବା ଟ୍ରାନ୍ସଫରମେଟିଭ ଚେଞ୍ଜ କରାଯାଉଛି , ଯେମିତି ପୁରୀ ଭୁବନେଶ୍ୱରରେ କରାଯାଉଛି" ବୋଲି  ଶ୍ରୀ ତ୍ରିପାଠୀ କହିଛନ୍ତି | 

0
0
0
s2sdefault