ହେଡଲାଇନସ୍:

୨୧ ରେ ବିଜେପି ଘେରିବ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ I  ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,୧ (ରମାକାନ୍ତ ବିଶ୍ବାଳ) :ସମଗ୍ର ରାଜ୍ୟରେ ଲାଗି ରହିଛି ଧାନ ବିକ୍ରିକୁ ନେଇ ରାଜ୍ୟ ସରକାରଙ୍କର ଟାଳଟୁଳ ଓ ଚାଷୀ ମାରଣା ନୀତି । ମଣ୍ଡି ରେ ପଡି ରହିଛି ଲକ୍ଷ ଲକ୍ଷ ବସ୍ତା ଧାନ, ମଣ୍ଡିରେ ଚାଲୁ ରହିଛି ମିଲର୍ ଓ ଦଲାଲ୍ ଙ୍କ ଦୌରାତ୍ମା, ଜାଣିଶୁଣି ଷଡଯନ୍ତ୍ର କରି ଚାଷୀ ଙ୍କ ଟୋକନ୍ କୁ କରି ଦିଆଯାଉଛି ଲେପ୍ସ, ରାଜ୍ୟ ସରକାର, ବିଜେଡି ନେତାମନ୍ତ୍ରୀ, ଯୋଗାଣ ବିଭାଗ ଓ ମିଲର୍ ଙ୍କ ମଧୁଚନ୍ଦ୍ରିକା ପାଇଁ ଅମାବାସ୍ୟା ର ଅନ୍ଧାର ର ରୂପ ନେଲାଣି ଚାଷୀଙ୍କ ଭବିଷ୍ୟତ ବୋଲି ଅଭିଯୋଗ କରି ବିଜେପି ପକ୍ଷରୁ ଆସନ୍ତା ୨୧ ତାରିଖ ବିଜେପି ନେତୃତ୍ବରେ  ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ । ପଶ୍ଚିମାଞ୍ଚଳ ର ୫ ଟି ଲୋକସଭା ଅଧୀନରେ ଥିବା ୩୫ ଟି ବିଧାନସଭା ଓ କନ୍ଧମାଳ ଲୋକସଭା ର ବୌଦ୍ଧ ଓ କଣ୍ଟାମାଲ ବିଧାନସଭା କୁ ମିସେଇ ୩୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବହୁ ଚାଷୀ, ବିଜେପି କର୍ମୀ, ପଦାଧିକାରୀ, ନିର୍ବାଚିତ ପ୍ରତିନିଧି ଏହି ଆନ୍ଦୋଳନ ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଗତ ୧୬ ତାରିଖ ଦିନ ସମ୍ବଲପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

              ମଙ୍ଗଳବାର ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଧାୟକ ଜୟ ନାରାୟଣ ମିଶ୍ର ବୈଠକରେ ଉପସ୍ଥିତ ସମସ୍ତ କର୍ମୀ ଓ ପଦାଧିକାରୀ ଙ୍କ ସହ ଆନ୍ଦୋଳନ ର ସମସ୍ତ ବିଷୟ କୁ ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଚର୍ଚ୍ଚା ଆଲୋଚନା କରିଥିଲେ ।  ଜିଲ୍ଲା ବିଜେପି ସଭାପତି  ଗିରିଶ ପଟେଲ ଙ୍କ ସଭାପତିତ୍ୱ ରେ ହୋଇଥିବା ଆଜିର ପ୍ରସ୍ତୁତି ବୈଠକ ରେ କୁଚିଣ୍ଡା ର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ରାଜ୍ୟ ବିଜେପି କାର୍ଯ୍ୟକାରଣୀ ସଦସ୍ୟ  ରାମ ଚନ୍ଦ୍ର ମେହେର ମଞ୍ଚାସିନ ଥିବା ବେଳେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନିଲ ବେହେରା  ଧନ୍ୟବାଦ ଜ୍ଞାନପ କରିଥିଲେ । ଏହି ଅବସରରେ ସମୀର ରଞ୍ଜନ ବାବୁ, ଶୁଶାନ୍ତ ପୁରୋହିତ, ଗିରିଜା ସାହୁ, ଜୟନ୍ତ ଦାଶ, ସରୋଜ କୁମାର ଘଡାଇ, ସଞ୍ଜୀବ ବର୍ମା, ପ୍ରଦୀପ କୁମାର ବେହେରା, ଡା.ରାଜ କୁମାର ବଡ଼ପଣ୍ଡା, ଫଣି ଭୂଷଣ ମିଶ୍ର,  ନିଲାମ୍ବାର ସିକନ୍ଦର, ଦୟାନିଧି ପ୍ରଧାନ, ଉଲ୍ଲସ ବାରିକ, ସୌମିତ୍ର ଜତି, ଶିବ ଦିୱାନ, ପ୍ରଭୁଦତ୍ତ ପଣ୍ଡା, ଦଶରଥ ମେହେର, କାହ୍ନୁରାମ ଶର୍ମା ତନୁଶ୍ରୀ ରାଣା,  ପୁଷ୍ପାଞ୍ଜଳି ଜେନା, ସୁଜାତା ଗୁରୁ, କାନ୍ତି ମେହେର, ସୁବର୍ଣ୍ଣ କୁଅଁର, ମେଜ ସାହୁ, ଲକ୍ଷ୍ମୀ ସାହୁ, ଭବାନୀ ଦୁଷର, ଶଲୀଳା ପଣ୍ଡା, ତୃପ୍ତିମୟୀ ପଣ୍ଡା,  ଅଶ୍ୱିନୀ ମIଝି, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault