ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ସମାଜସେବୀ, ବହ୍ନି କନ୍ୟା ଭାବରେ ପରିଚିତା ପାର୍ବତୀ ଗିରି ଙ୍କ ଜନ୍ମଜୟନ୍ତୀ ଆଜି କୁଟୁରାଚୁଆଁ ଠାରେ ପାଳିତ ହୋଇଯାଇଛି। ବହ୍ନି କନ୍ୟା ପାର୍ବତୀ ଗିରି ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସଭାପତି ଶ୍ବେତା ପଟେଲ ଙ୍କ ସଭାପତିତ୍ବ ଓ ବର୍ଷା ଦେହୁରୀ ଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବ ରେ ସ୍ଥାନୀୟ କଲେଜ ଅଧ୍ୟକ୍ଷ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତା ଗିରି ପଶ୍ଚିମ ଓଡ଼ିଶାର ମଦର ଟେରେସା ଥିଲେ ବୋଲି କହି ତାଙ୍କ ସହ ଥିବା ଅନୁଭୁତି କୁ ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ବ୍ଳକ ସଂଯୋଜକ ସରୋଜ ମେହେର ଓ କୁଶ କୁମାର ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କୁ ସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା। ମାନପତ୍ର ଟିକୁ ସୁଶ୍ରୀ ସୁଶ୍ରୀତା ରାଉତ ପାଠ କରିଥିବା ବେଳେ ଶେଷରେ କିରଣ ସାହୁ ଧନ୍ୟବାଦା ଅର୍ପଣ କରିଥିଲେ।
ରାଜ୍ୟ
ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୟନ୍ତୀ ପାଳିତ I
- Hits: 200