ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସହର ଉପକଣ୍ଠସ୍ଥ ସେଭେନ ହିଲ୍ସ ଠାରେ ଯୁକ୍ତ ୨ ଛାତ୍ର ଛାତ୍ରୀଙ୍କ ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୋଭିଡ -୧୯ ମୁକାବିଲା ପାଇଁ ନଗର ଭ୍ରାମ୍ଯମାଣ ସ୍ୱାସ୍ଥ୍ୟ ସେବା ୟୁନିଟ ପକ୍ଷରୁ ପିଲାଙ୍କ ତାପମାତ୍ରା,ଅକ୍ସିଜେନ୍ ପ୍ରଭୃତି ପରୀକ୍ଷା କରାଯାଇଥିଲା ।ଡା.ରାଜାରାମ ଷଡଙ୍ଗୀ ,ସଂଜିବ ପ୍ରଧାନ,ନିବେଦିତା ପାଣ୍ଡେ,ଅନିଲ ଭୋଇ ପ୍ରମୂଖ ଏହାକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆ ଯାଇଥିଲା।