ହେଡଲାଇନସ୍:

 ପ୍ରଥମ ପର୍ଯ୍ୟାୟର ୨ୟ ଦିବସରେ ଜିଲ୍ଲାରେ ୫ ଟି  ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ୫ ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନ  କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପନ୍ନ ହୋଇଛି ।   ସେହି ୫ ଟି ସ୍ୱାସ୍ଥ୍ୟ କେନ୍ଦ୍ର ହେଲା:- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ ସମେତ ରା:ଉଦୟଗିରି , ଖଜୁରିପଦା , କାଶୀନଗର ଓ ଗୁମ୍ମା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ର । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଏହି କୋଭିଡ୍ ଟିକା ନେଇଛନ୍ତି । ଟିକାକରଣ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିବା ବେଳେ କୌଣସି ଠାରେ କିଛି ପାର୍ଶ୍ଵ ପ୍ରତିକ୍ରିୟାର ଅସୁବିଧା ପରିଲକ୍ଷିତ ହୋଇ ନ ଥିବା ଜଣାଯାଇଛି । 

କୋଭିଡ୍ ଟିକା ନେବା ସମ୍ପର୍କରେ ଅଧିକ ସୂଚନା ଦେଇ ପାରଳାଖେମୁଣ୍ଡି ଜିଲ୍ଲାମୁଖ୍ୟ ଚିକିତ୍ସା କେନ୍ଦ୍ରଠାରେ ଟିକା ନେଇଥିବା ଜିଲ୍ଲା ଏଡିପିଏଚଓ:  (ପରିବାର କଲ୍ୟାଣ) ଡାଃ ଏମ: ଏସ:  ମୁନିର ଏବଂ ଷ୍ଟାଫ ନର୍ସ:- ଅନ୍ନପୂର୍ଣ୍ଣା ଚାନ୍ଦଙ୍କ ସମେତ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାଃ ପାର୍ଥସାରଥୀ ବେହେରା ଓ ଦୁଇଜଣ ଆଶାକର୍ମୀ:- କାଞ୍ଚନ ମିଶାଲ ଏବଂ ମମତା ଦେବୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ଆମେ ଏହି କୋଭିଡ୍ ଟିକା ନେବା ପରେ କୌଣସି ପ୍ରକାର ଅସୁବିଧା ଅନୁଭବ କରିନାହୁଁ । ଆମେ ଟିକା ନେବା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ । ସମସ୍ତେ ଏହି ଟିକା ବିନା ଭୟରେ ନେଇ କୋଭିଡ୍ ମହାମାରୀରୁ ନିଜକୁ ଓ ସମାଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାରେ ସହାୟକ ହୁଅନ୍ତୁ । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ , ସିଡିଏମଓ: ଡାଃ ପ୍ରଦୀପ କୁମାର ପାତ୍ର , ଏଡିପିଏଚଓ(ଏଫଡବ୍ଲ୍ୟୁ) ତଥା ଜିଲ୍ଲା ଟିକାକରଣ ଅଧିକାରୀ ଡାଃ ମହମ୍ମଦ ଶିବରମ ମୁନିର ଏବଂ ଡିଏମଆରସିଏଚ:-ଶ୍ରୀ ସୁଶାନ୍ତ ପ୍ରସାଦ ନାୟକ ପ୍ରମୁଖ ଏବଂ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଡାଃ ପାର୍ଥ ସାରଥୀ ବେହେରା , ଡାଃ ଇଥି ନୋଏଲ ଇସାନ , ପିଏଚଇଓ:-ସଂଯୁକ୍ତା ଜେନା ଏବଂ ଶିବ ପ୍ରସାଦ ପାଣିଗ୍ରାହୀ ପ୍ରମୁଖଙ୍କ ତତ୍ତ୍ଵାଧାନରେ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

0
0
0
s2sdefault