ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ସ୍ଥାନୀୟ କୁରାଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଅବସର ପ୍ରାପ୍ତ ସରକାରୀ ଏବଂ ବେସରକାରୀ କର୍ମଚାରୀମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୁରାଳ ପଂଚାୟତ ସହିତ କୋମଣ୍ଡ, ରୋହିବାଙ୍କ, ପାଣ୍ଡେରିପଡା, ସୁନାମୁହିଁ ଏବଂ ଗିରିଡିପଲ୍ଲୀ ପଂଚାୟତର ୫୦ରୁ ଉର୍ଦ୍ଧ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ । ହରିହର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟର୍କମରେ ଜୋନ ୧ର ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, କୁରାଳ ସରପଂଚ ପ୍ରତିନିଧି ପ୍ରଭାତ ପ୍ରଧାନ ଏବଂ ଗିରିଡିପଲ୍ଲୀ ସମିତି ସଭ୍ୟ ବିଜନ ପାକରାୟ ଯୋଗ ଦେଇଥିଲେ । ରଜତ ମହାପାତ୍ର, ସୁକାନ୍ତ ଚୌଧୁରୀ ଓ ରାମେଶ୍ୱର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।