ହେଡଲାଇନସ୍:

ମକର ସଂକ୍ରାନ୍ତି ଅବସରରେ ହାଇଟେକ ପ୍ଲାଜା ସମେତ ପାରଳା ସହରରେ ଭୋଗୀପର୍ବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ହାଇଟେକ ପ୍ଲାଜା ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି ପାଳନ ଅବସରରେ ଭୋଗୀ ପର୍ବ ପ୍ଲାଜା-ପଡିଆ ଠାରେ ପାଳିତ ହୋଇଯାଇଛି । ଏହି ଭୋଗୀ ପର୍ବକୁ ହାଇଟେକ ପ୍ଲାଜା ମାଲିକ ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଉଦଘାଟନ କରିଥିଲେ । ଏହି ଅବସରରେ ଡଃ ପାଣିଗ୍ରାହୀ କହିଥିଲେ ଯେ ମକର ସଂକ୍ରାନ୍ତି ଦକ୍ଷିଣ ଓଡ଼ିଶାର ତେଲେଗୁ ସମ୍ପ୍ରଦାୟଙ୍କ ଏକ ମୁଖ୍ୟ ଓ ମହାନ ପର୍ବ । ତେବେ ଦକ୍ଷିଣ ଓଡ଼ିଶାରେ ଏହି ଭୋଗୀ ପର୍ବକୁ ତେଲେଗୁ ଓ ଓଡ଼ିଆ ସମ୍ପ୍ରଦାୟର ଲୋକେ ମିଳିତ ଭାବେ ଅତ୍ୟନ୍ତ ଧୁମ ଧାମରେ ପାଳନ କରିଥାନ୍ତି । ତେବେ ଚଳିତ ଥର କୋଭିଡ କଟକଣା ଯୋଗୁଁ ଏହି ପର୍ବକୁ ନିରାଡ଼ମ୍ବର ଓ ସୀମିତ ଭାବେ ପାଳନ କରାଯାଇଛି ।

ଏହି ଭୋଗୀ ପର୍ବ ମୁଖ୍ୟତଃ ବହୁବର୍ଷ ଧରି ପରମ୍ପରାଗତ ଭାବେ ରହି ଆସିଅଛି । ଭୋଗୀ ପୂର୍ବଦିନ ରାତିରେ ଝୁଟିଦେଇ ତା ମଝିରେ ପ୍ରାୟ ଆଠ ଫୁଟ ଉଚ୍ଚର କାଠଗଦା ସାଜସଜ୍ଜା କରି ସେଥିରେ ରାବଣ ଚିତ୍ର ରଖି ନିଆ ଲଗା ଯାଇଥାଏ । ଏହି ପର୍ବ ପାଳନ ବେଳେ ଉଭୟ ସମ୍ପ୍ରଦାୟ ମଧ୍ୟରେ ମିଳିମିଶି ଅତ୍ୟନ୍ତ ଆନନ୍ଦ ଓଲ୍ହାସରେ ପାଳନ କରାଯାଇଥାଏ । ସେଥିରେ କୌଣସି ଭେଦଭାବ ନ ଥାଏ ।

ଏହି ପରମ୍ପରାଗତ ଭୋଗୀ ପର୍ବକୁ ଆଜିର ନୂଆପିଢି ପ୍ରାୟତଃ ଭୁଲି ଯାଉଛନ୍ତି । ତେଣୁ ଏହାକୁ ଉଜ୍ଜୀବିତ ରଖିବା ସହ ଆଗେଇ ନେବା ପାଇଁ ଆମେ ଏହି ପର୍ବକୁ ଗତ ୩ ବର୍ଷ ଧରି ଉଭୟ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କୁ ଏଠାକୁ ନିମନ୍ତ୍ରଣ କରି ଏହି ପର୍ବ ପାଳନ କରି ଆସୁଅଛୁ ବୋଲି ଡଃ ପାଣିଗ୍ରାହୀ କହିଥିଲେ । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଭିଏସଏନ: ରାଜୁ , ପ୍ରଦୀପ ନାୟକ , ଅନ୍ତଯ୍ୟାମୀ ଗମାଙ୍ଗ , ରାଜୁ ବେହେରା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଉଭୟ ଓଡ଼ିଆ ଓ ତେଲେଗୁ ସମ୍ପ୍ରଦାୟର ବ୍ୟକ୍ତି ମାନେ ଯୋଗ ଦେଇଥିଲେ । 

ସେହିଭଳି ପାରଳାଖେମୁଣ୍ଡି ସହରରେ ଅନେକ ସ୍ଥାନରେ ଭୋଗୀ ପର୍ବ ପାଳିତ ହୋଇଯାଇଛି।

0
0
0
s2sdefault