କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ ସିମୁନ୍ ନାଏକ) ; କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଚା) ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ବିଶ୍ୱ ପରିବେଶ ଦିବସ ପାଲିତ ହୋଇଯାଇଛି । ସଂଘର ସଭାପତି ଦୁର୍ବାକ୍ଷ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର ଉପଦେଷ୍ଟା ଦିବ୍ୟ ଶଙ୍କର ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ଖଲିଆପାଲି ପିୟୁପିଏସର ପ୍ରଧାନ ଶିକ୍ଷକ ସତ୍ୟ ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ପରିବେଶ ଦିବସ ବିଷୟରେ ଉଦବୋଧନ ଦେଇଥିଲେ । ଏଇ ଅବସରରେ ସଂଘ ତରଫରୁ ଅନ୍ୟ ବର୍ଷଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ କରିବା ପାଇଁ ମତ ପ୍ରକାଶ ପାଇଥିଲା । ସଂଘର ସଦସ୍ୟ ପ୍ରଭାତ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ବଂଶୀଧର ମାଝୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସଂଘର ସଂପାଦକ ପୂର୍ଣ୍ଣ ଚରଣ ସାହୁ, କୋଷାଧ୍ୟକ୍ଷ ଜୟ କୁମାର ମହାରଣା, ସଦସ୍ୟ ରାମଚନ୍ଦ୍ର ମଲିକ ଉପସ୍ଥିତ ଥିଲେ ।
ରାଜ୍ୟ
କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ
- Hits: 783